oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

୭୦ ବର୍ଷରେ ବି ଜଙ୍ଗଲ ପାଲଟିଛି ତାଙ୍କ ଠିକଣା- ପାଇ ପାରୁ ନାହାନ୍ତି ସରକାରୀ ଯୋଜନାର ଲାଭ

17/12/2019 at 5:23 PM

ମାଲକାନଗିରି ୧୭।୧୨ – ଗରିବ ଗୁରୁବା ଅସହାୟଙ୍କ ପାଇଁ ସରକାରଙ୍କ କେତେ କଣ ଯେ।ଜନା । କିନ୍ତୁ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଅବହେଳା ମନୋବୃତ୍ତି ଯେ।ଗୁଁ ଯେୋଜନାରୁ କାଣିଚାଏ ପାଉ ନାହାନ୍ତି ହିତାଧିକାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲାରେ । ଦୀର୍ଘ ୫ ବର୍ଷ ହେଲା ଅସହାୟ ଭାବେ ଜଙ୍ଗଲରେ କଟୁଛି ଜଣେ ବୃଦ୍ଧଙ୍କ ଜୀବନ ।

ଏ ହେଉଛନ୍ତି ମାଲକାନାଗିରି ଜିଲ୍ଲା ପଦ୍ମଗିରି ଗାଁର ରାମ କବାସୀ । ବୟସ  ୭୦ । ରାମ କବାସୀ ସଂପୂର୍ଣ୍ଣ ଏକୁଟିଆ ଓ ନିଃସ୍ବ । ମୁଣ୍ଡ ଉପରେ ଛାତ ନାହିଁ କି ନିଜର ବେ।ଲି ଆହା ପଦେ କହିବାକୁ ବି କେହି ନାହିଁ । ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ଦୟନୀୟ ଜୀବନ  ଜିଉଛନ୍ତି ରାମ । ଆଜିକୁ ୫ବର୍ଷ ହେଲା ଜଙ୍ଗଲ ପାଲଟିଛି ତାଙ୍କ ଠିକଣା । ଖରା, ବର୍ଷା, ଶୀତ କାକରରେ ଖଜୁରି ଗଛ ତଳେ ପଡି ରହିଛନ୍ତି । ଉଠିବାକୁ ଦେହରେ ବଳ ନାହିଁ । ଦୟା କରି କିଏ ଗଣ୍ଡାଏ ଦେଲେ ଖାଉଛନ୍ତି ନହେଲେ ଓପାସ । କିନ୍ତୁ ଆଜି ଯାଏ ଏହି ବୃଦ୍ଧଙ୍କ ଉପରେ ପଡିନି କାହା ନଜର । ଭାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଠାରୁ ରାସନ କାର୍ଡ ସବୁଥିରୁ ବଞ୍ଚିତ ।

ରାମ କବାସୀଙ୍କ ଅବସ୍ଥାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳ ସମସ୍ତଙ୍କୁ ଜଣାଇଛନ୍ତି ଗ୍ରାମବାସୀ । କିନ୍ତୁ ପଦକ୍ଷେପ ଶୂନ୍ । ଅନ୍ୟ ପଟେ ସରକାଙ୍କ ସବୁ ଯୋଜନା ସ୍ବତ୍ତେ ରାମ କବାସିଙ୍କୁ କାହିକି କୌଣସି ସହାୟତା ମିଳିପାରୁ ନହିଁ ତାହା ଆମେ ଜାଣିବାକୁ ଚେଷ୍ଟ କରିଥିଲୁ ହେଲେ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷ ଧରାଛୁଆଁ ଦେଇନଥିଲେ । ଅନ୍ୟପଟେ ତୁରନ୍ତ ଏହି ବୃଦ୍ଧଙ୍କୁ ସହାୟତା ନମିଳିଲେ ଆନ୍ଦେ।ଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଆଦିବାସୀ ସଂଘ ।

ପଛୁଆ ଅଞ୍ଚଳର ବିକାଶ ଲାଗି ସରକାର କେତେ କଣ ଯୋଜନା ପ୍ରସ୍ତୁତ କରିଛନ୍ତି । ହେଲେ ମାଲକାନଗିରି ଜିଲ୍ଲାର ଏହି ୭୦ ବର୍ଷୀୟ ବୃଦ୍ଧଙ୍କୁ କୌଣସି ସରକାରୀ ସହାୟତା ନମିଳି ଗଛ ମୁଳେ ଜୀବନ କଟାଇବା ଦୁର୍ଭାଗ୍ୟର ଜନକ ।

   Related Posts