scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାନାଡାରୁ ୭୦୦ ଭାରତୀୟ ଛାତ୍ରଛାତ୍ରୀଙ୍କ ନିର୍ବାସନ ପ୍ରସ୍ତୁତି ! ପ୍ରଧାନମନ୍ତୀ ଟ୍ରୁଡୋ କହିଲେ…

8/06/2023 at 9:26 PM

ନୂଆଦିଲ୍ଲୀ, ୦୮/୦୬: କାନାଡାରେ ଥିବା ଭାରତୀୟ ଛାତ୍ର ଏବେ ଚିନ୍ତାରେ। ଶିକ୍ଷା ଭିଜା ଦ୍ବାରା କାନାଡରେ ଥିବା ୭୦୦ ଛାତ୍ରଛାତ୍ରୀଙ୍କ ଅଫର ନକଲି ବୋଲି ଜଣାପଡ଼ିଛି। ଆଉ ଏହି ମାମଲା ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀଙ୍କୁ ଭାରତ ନିର୍ବାସନ କରାଯିବା ନେଇ କୁହାଯାଉଛି। ଯାହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଆଉ ଏବେ ଏହି ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ଟ୍ରୁଡୋ ଅସୁବିଧାରେ ଫସିଥିବା ଏହି ଭାରତୀୟ ଛାତ୍ରଙ୍କୁ ଆଶ୍ବସନା ଦେଇଛନ୍ତି ଯେ, ସରକାର ସବୁ ମାମଲାର ମୂଲ୍ୟାଙ୍କନ କରିବେ। ସରକାରଙ୍କ ଦୋଷୀଙ୍କ ଚିହ୍ନଟ କରି ତାଙ୍କୁ ଦଣ୍ଡିତ କରିବେ। ଛାତ୍ରଙ୍କ ଯେପରି କୌଣସି ଅସୁବିଧା ହେବ ନାହିଁ ତାହା ଉପରେ ଧ୍ୟାନ ଦିଆଯିବ। ଟ୍ରୁଡୋ କହିଛନ୍ତି ‘‘ଜଣାପଡ଼ିଛି କିଛି ଅନ୍ତର୍ଜାତୀୟ ଛାତ୍ର ମିଥ୍ୟା କଲେଜ ଲେଟର କାରଣରୁ ତାଙ୍କ ଉପରେ ନିର୍ବାସନର ସାମ୍ନା କରିବାକୁ ପଡ଼ୁଛି।’’ ତେବେ ସେ ସ୍ପ​‌ଷ୍ଟ କରିଛନ୍ତି ଯେ, ମାମଲାରେ ଦୋଷୀଙ୍କୁ ଚିହ୍ନଟ କରିବା କରାଯିବ ଛାତ୍ରଙ୍କୁ ନୁହେଁ। ଏହା ସହ ସେ କହିଛନ୍ତି ଛାତ୍ରଙ୍କ ପାଖରେ ନିଜ ପକ୍ଷରେ ପ୍ରମାଣ ଦାଖଲ ପାଇଁ ସୁଯୋଗ ରହିଛି।

ପୂରା ମାମଲା କ’ଣ?

କାନାଡ଼ା ପଢ଼ିବାକୁ ଯାଇଥିବା ୭୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ କାନାଡା ସୀମା ସୁରକ୍ଷା ଏଜେନ୍ସି (ସିବିଏସଏ)ରୁ ବିଦାୟ ଆଦେଶ ପାଇଥିଲେ। ତେବେ ଏହି ଆଦେଶ ସେମାନେ ସେତେବେଳେ ପାଇଁ ଯେତେବେଳେ ଛାତ୍ରଛାତ୍ରୀମାନେ କାନାଡାର ସ୍ଥାୟୀ ରେସିଡେନ୍ସ (PR) ପାଇଁ ଆବେଦନ କରିଥିଲେ, ଆଉ ଏଥିପାଇଁ ସେମାନଙ୍କର ‘ଆଡମିଶନ ଅଫର ଲେଟର’ ଯାଞ୍ଚ କରାଯାଇଥିଲା। ଆଉ ଏହା ପରେ ସଂପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା।

ଆହୁରି ପଢ଼ନ୍ତୁ: ୨୭ ବର୍ଷ ପରେ ଭାରତକୁ ଫେରିଲା ମିସ୍‌ ଓ୍ବାର୍ଲଡ ପ୍ରତିଯୋଗିତା, ୭୧ ତମ ସଂସ୍କରଣର କରିବ ଆୟୋଜନ

ସିବିଏସଏ ଡକ୍ୟୁମେଣ୍ଟଗୁଡିକୁ ଯାଞ୍ଚ କରି, ଛାତ୍ରମାନଙ୍କୁ ଯେଉଁ ଭିସା ଦିଆଯାଇଥିଲା ତାହା ନକଲି ବୋଲି ଜାଣିବାକୁ ପାଇଥିଲା। ତେବେ ଏମାନଙ୍କ ଭିତରୁ ଅଧିକାଂଶ ଛାତ୍ରଛାତ୍ରୀ ପୂର୍ବରୁ ପଢ଼ା ସାରିଦେଇଥିଲେ, ଏପରିକି କାର୍ଯ୍ୟାଦେଶ ସମେତ କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ମଧ୍ୟ ପାଇସାରିଥିଲେ। କିନ୍ତୁ ଯେତେବେଳେ ସେମାନେ ସ୍ଥାୟୀ ବାସିନ୍ଦା ପାଇଁ ଆବେଦନ କଲେ, ସେତେବେଳେ ସେମାନେ ହରଡ଼ଘଣାରେ ପଡ଼ିଥିଲେ। ତେବେ ଶିକ୍ଷାକୁ ନେଇ ଏତେ ବଡ଼ ଠକାମୀ ପ୍ରଥମ ଥର କାନାଡ଼ାରୁ ଆସିଥିଲା। ବର୍ତ୍ତମାନ ଏହି ୭୦୦ ଭାରତୀୟ ଛାତ୍ରଛାତ୍ରୀ ମାନେ କାନାଡିୟ ସୀମା ସୁରକ୍ଷା ଏଜେନ୍ସି (ସିବିଏସ୍ଏ) କାର୍ଯ୍ୟାଳୟ ବାହାରେ ବିଦାୟ ଆଦେଶକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଏହି ଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳିବା ପଛରେ ବ୍ରିଜେଶ ମିଶ୍ର ନାମକ ଜଣେ ବ୍ୟକ୍ତିର ହାତ ରହିଥିବା କୁହାଯାଉଛି। ସେ ଜଳନ୍ଧରରେ ଥିବା ଶିକ୍ଷା ସ୍ଥାନାନ୍ତରଣ ସେବାଗୁଡିକର ମୁଖ୍ୟ ଅଟନ୍ତି। ଛାତ୍ରମାନେ ଏଠାରୁ ଏଜୁକେସନ୍‌ ଭିସା ପାଇଥିଲେ। ତେବେ ପରେ ଏହି ଭିସା ସବୁ ନକଲି ବୋଲି ଜଣାପଡିଛି ଏବଂ ବର୍ତ୍ତମାନ ଏହି ଛାତ୍ରମାନେ ଭାରତ ଫେରିବାକୁ ବାଧ୍ୟ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ବ୍ୟାନ୍‌ ହେବ ନାଜୀ ପ୍ରତୀକ, ଆସିବ ଆଇନ୍‌, ଜାଣନ୍ତୁ କାହିଁକି ନିଆଗଲା ନିଷ୍ପତ୍ତି ?

   Related Posts