Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ପିଲାଙ୍କ ଭବିଷ୍ୟତ ସହ ଖେଳ, ୭୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିର୍ବାସିତ କରିବ କାନାଡା

16/03/2023 at 9:12 AM

ଜଳନ୍ଧର ୧୬/୦୩: କାନାଡାରେ ପଢିବାକୁ ଯାଇଥିବା ପଞ୍ଜାବ ଜଳନ୍ଧରର ୭୦୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ । କାନାଡା ସରକାର ସେମାନଙ୍କୁ ଦେଶରୁ ନିର୍ବାସିତ କରିବାକୁ ଯୋଜନା କରିଛନ୍ତି । କାରଣ ଏଜେଣ୍ଟ ଜାଲ୍ ଡକ୍ୟୁମେଣ୍ଟ୍ ସାହାଯ୍ୟରେ ସେମାନଙ୍କୁ କାନାଡାକୁ ପଠାଇଥିଲେ । ତାଙ୍କ ଭିସା ଆବେଦନ ପତ୍ରରେ କଲେଜର ନକଲି ଅଫର ଲେଟର ଥିଲା ।

ଏଜେଣ୍ଟମାନେ ଅନେକ ଛାତ୍ରଙ୍କୁ ନକଲି ଆଡମିଶନ ଚିଠି ଯୋଗାଇ କାନାଡିୟ କଲେଜରେ ଆଡମିଶନ କରାଇଥିଲେ । ଏବେ ପୂରା ଘଟଣା ସାମ୍ନାକୁ ଆସିଛି । ବର୍ତ୍ତମାନ କାନାଡା ସୀମା ସୁରକ୍ଷା ଏଜେନ୍ସି (ସିବିଏସ୍ଇ) ୭୦୦ ଛାତ୍ରଛାତ୍ରୀଙ୍କୁ ଚିଠି ଜାରି କରି କହିଛି ଯେ ସେମାନଙ୍କୁ ଭାରତ ଫେରିବାକୁ ପଡିବ । ଏହି ଜାଲ୍ ଏଜେଣ୍ଟଙ୍କ ମଧ୍ୟରେ ଜଳନ୍ଧରର ଏଜେଣ୍ଟ ବ୍ରିଜେଶ ମିଶ୍ର ମଧ୍ୟ ଅଛନ୍ତି ।

ଯିଏକି ଏବେ କାର୍ଯ୍ୟାଳୟରେ ତାଲା ମାରି କେଉଁଆଡେ ଫେରାର୍ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଏଜୁକେସନ ମାଇଗ୍ରେନ୍ ସେଣ୍ଟର ଜରିଆରେ ଭିସା ପାଇଁ ଆବେଦନ କରିଥିଲେ । ହମ୍ବର କଲେଜରେ ଆଡମିଶନ ପାଇଁ ପ୍ରତି ଛାତ୍ରାଛାତ୍ରୀଙ୍କଠାରୁ ୧୬ ରୁ ୨୦ ଲକ୍ଷ ଟଙ୍କା ନିଆଯାଇଥିଲା । ଏହା ବାଦ୍ ଅଲଗା ଥିଲା ବିମାନ ଟିକେଟ୍ ଏବଂ ସୁରକ୍ଷା ଖର୍ଚ୍ଚ ।

ସୂଚନା ଥାଉକି, ଏଜେଣ୍ଟମାନେ ‘ଭିସା ପରେ ପେ ଫି’ ଲୋଭନୀୟ ବିଜ୍ଞାପନ ଦେଇ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଜାଲରେ ଫସାଇଥିଲେ । ଜଣେ ଛାତ୍ର କାନାଡା ଯିବା ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଛାତ୍ରଛାତ୍ରୀମାନଙ୍କୁ ଲାଗିଥିଲା ଯେ, ଭିସା ପରେ ସେମାନଙ୍କୁ ପଇସା ଦେବାକୁ ପଡିବ । ଏହା ଭାବି ଜାଲରେ ପଡ଼ିଥିଲେ ଛାତ୍ରଛାତ୍ରୀ ।

ନିଜ ପକେଟରୁ ଟଙ୍କା ଏବଂ ଜିଆଇସି ଆକାଉଣ୍ଟରେ ଟଙ୍କା ଜମା କରିବା ପରିବର୍ତ୍ତେ, ଏଜେଣ୍ଟମାନେ ବ୍ୟାଙ୍କର ନକଲି ଜିଆଇସି ଏବଂ କଲେଜର ନକଲି ଅଫର ଚିଠି ପ୍ରସ୍ତୁତ କରି ଭିସା ଆବେଦନ ପ୍ରସ୍ତୁତ କରିଥିଲେ । ଯେତେବେଳେ ଛାତ୍ରଛାତ୍ରୀ ସେମାନଙ୍କ ଭିସା ନେଇ କାନାଡାରେ ପହଞ୍ଚିଲେ । ତାଙ୍କ ନାମ କଲେଜରେ ମଧ୍ୟ ନଥିଲା । ଯିବା ପୂର୍ବରୁ ସେ ଏଜେଣ୍ଟମାନଙ୍କୁ ପ୍ରତି ପିଲା ଦେଇଥିଲେ ୨୦ ଲକ୍ଷ ଲେଖାଏଁ ଟଙ୍କା ।

ଛାତ୍ରଛାତ୍ରୀମାନେ ଅନ୍ୟ କଲେଜ ଯାଇ ସେମାନହ୍କ ପାଠପଢା ସମାପ୍ତ କରିଥିଲେ । କାର୍ଯ୍ୟ ଅଭିଜ୍ଞତା ହାସଲ କରିବା ପରେ, ସେମାନେ PR ପାଇଁ ଆବେଦନ କଲେ । PR ସମୟରେ, ଯେତେବେଳେ କାନାଡିଆନ୍ ବର୍ଡର ସିକ୍ୟୁରିଟି ଏଜେନ୍ସି (ସିବିଏସ୍ଇ) ତାଙ୍କ ଡକ୍ୟୁମେଣ୍ଟ୍ ଯାଞ୍ଚ କରିଥିଲା, ସେତେବେଳେ ଆଡମିଶନ ଚିଠି ନକଲି ବୋଲି ଜଣାପଡିଥିଲା । ସେଥିପାଇଁ ଏହି ସମସ୍ତ ଛାତ୍ରଙ୍କୁ ଦେଶରୁ ବିତାଡିତ କରିବା ପାଇଁ ନୋଟିସ୍ ଜାରି କରାଯାଇଛି ।

ଯେତେବେଳେ ଛାତ୍ରଛାତ୍ରୀମାନେ ଜଲନ୍ଧର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ । ସେତେବେଳେ ଏଜେଣ୍ଟଙ୍କ କାର୍ଯ୍ୟାଳୟ ତାଲା ପଡ଼ିଥିବା ଶୁଣିବାକୁ ମିଳିଥିଲା । ସେପଟେ ଡିସିପି ଜଗମୋହନ ସିଂ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ଆସିନାହିଁ । ଅଭିଯୋଗ ଆସିବା ପରେ ତଦନ୍ତ କରାଯିବ।

   Related Posts