oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

NRI ବର ଠିକ୍ କରି ଦେବା ନାଁରେ ୭୦୦ ଯୁବତୀଙ୍କୁ ଲୁଟିଲେ, ନାଇଜେରିଆ ଗ୍ୟାଙ୍ଗର ପର୍ଦ୍ଦାଫାଶ

22/03/2022 at 8:34 PM

ଗ୍ଵାଲିୟର ୨୨।୦୩: ମଧ୍ୟ ପ୍ରଦେଶର ଗ୍ଵାଲିୟରରେ କ୍ରାଇମ ବ୍ରାଞ୍ଚକୁ ମିଳିଛି ବଡ ସଫଳତା। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଲୋକଙ୍କୁ ଚୁନା ମାରୁଥିବା ନାଇଜେରିଆ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଗ୍ୟାଙ୍ଗ ଏନଆରଆଇ ବର ଖୋଜୁଥିବା ଯୁବତୀଙ୍କୁ ଠକୁଥିଲେ। ଏ  ପର୍ଯ୍ୟନ୍ତ ନାଇଜେରିଆ ଗ୍ୟାଙ୍ଗ ୭୦୦ ଯୁବତୀଙ୍କଠୁ ପ୍ରାୟ ଏକ କୋଟି ଟଙ୍କା ଠକି ସାରିଛନ୍ତି। ପୋଲିସ ଦିଲ୍ଲୀରୁ ଅଭିଯୁକ୍ତ ନୋନସେ ଏବଂ କ୍ରିସଙ୍କୁ ଗିରଫ କରିଛି। କ୍ରାଇମ ବ୍ରାଞ୍ଚ ଉଭୟଙ୍କୁ ଜେରା କରୁଛି।

ପୋଲିସର ଜେରା ସମୟରେ ଅଭିଯୁକ୍ତ କହିଛନ୍ତି, ସେମାନେ ସମଗ୍ର ଦେଶରେ ୭୦୦ରୁ ଅଧିକ ଯବୁତୀଙ୍କୁ ଠକିଛନ୍ତି। ଦୁଇ ଅଭିଯୁକ୍ତଙ୍କ ନିକଟରୁ ଲ୍ୟାପଟପ୍ ଏବଂ ୧୭ ମୋବାଇଲ ଫୋନରୁ ପ୍ରାୟ ୨୦୦୦ରୁ ଅଧିକ ନମ୍ବର ମିଳିଛି। ଏହି ସବୁ ନମ୍ବରରୁ ପୋଲିସ ଯୁବତୀଙ୍କ ସହ କଥା ହେବାରୁ ଜଣା ପଡିଥିଲା ଯେ, ଦୁଇ ଅଭିଯୁକ୍ତ ଇଣ୍ଟରନ୍ୟାସନାଲ ସିମ୍‌ରୁ କଥାବାର୍ତ୍ତା ଏବଂ ଚାଟ୍ କରୁଥିଲେ।

ଗ୍ଵାଲିୟର କ୍ରାଇମ ବ୍ରାଞ୍ଚର ସିଏସପି ରାଜେଶ ଦଣ୍ଡୋତିଆ କହିଛନ୍ତି, ନିକଟରେ ସହରରୁ ଜଣେ  ଯୁବତୀଙ୍କୁ ଲଣ୍ଡନରୁ ଉପହାର ପଠାଇବା ନାଁରେ ଏକ ଲକ୍ଷରୁ ଅଧିକ ଟଙ୍କା ଲୁଟି ନିଆଯାଇଥିଲା। ଏହା ପରେ ପୋଲିସ ବ୍ୟାଙ୍କ ଖାତା ଏବଂ ମୋବାଇଲ ନମ୍ବର ଟ୍ରେସ କରି ଦିଲ୍ଲୀ ପହଞ୍ଚିଥିଲା। ଏଠାରୁ ହିଁ ନାଇଜେରିଆ ଗ୍ୟାଙ୍ଗ ବିଷୟରେ ଜଣା ପଡିଥିଲା।

ଅଭିଯୁକ୍ତମାନେ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଲୋକଙ୍କୁ ଠକୁଥିଲେ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ, ଆସାମ, ତାମିଲନାଡୁ, ଗୁଜରାଟ, ମହାରାଷ୍ଟ୍ର, ଚଣ୍ଡିଗଡ, ହରିୟାଣା ଓ ରାଜସ୍ଥାନ ସମେତ ଅନେକ ରାଜ୍ୟର ଯୁବତୀଙ୍କୁ ଠକିଛନ୍ତି। ମେଟ୍ରୋମୋନିଆଲ ସାଇଟ୍‌ରୁ ଏମିତି ଯୁବତୀଙ୍କ ନମ୍ବର ସଂଗ୍ରହ କରୁଥିଲେ ଯେଉଁମାନେ ଏନଆରଆଇ ବରର ସନ୍ଧାନରେ ଥିଲେ।

   Related Posts