୧୨ ବର୍ଷର କିଶୋରୀକୁ ଦୁଷ୍କର୍ମ ଉଦ୍ୟମ କରୁଥିଲା ୭୦ ବର୍ଷର ମୌଲବୀ , ଗାଁର ମହିଳା ପହଞ୍ଚି ମାରିଲେ ନିସ୍ତୁକମାଡ
3/06/2019 at 1:08 PM

ଜଣେ ନାବାଳିକା ଛାତ୍ରୀଙ୍କୁ ଆରବୀ ପଢାଉଥିବା ମୌଲବୀ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହେବା ପୂର୍ବରୁ କିଶୋରୀ ଜଣକ ଘଟଣା ସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଖସିଯିବାପରେ ସଂପୃକ୍ତ କିଶୋରୀ ଯାଇ ତାଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ କହିଥିଲେ। ଘଟଣା ବିଷୟରେ ଜାଣିଲା ପରେ ପରିବାର ଲୋକଙ୍କ ସହ ଗାଁର ମହିଳାମାନେ ଅଭିଯୁକ୍ତକୁ ଧରି ମାଡ ମାରିଥିଲେ । ଘଟଣା ଘଟିଛି ଗାଜିପୁର ଅନ୍ତର୍ଗତ ଦୁଲ୍ଲାହପୁର ଗାଁରେ।
ଅଭିଯୁକ୍ତକୁ ମାଡ ମାରିବା ସମୟରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସ ମୌଲବୀକୁ ବାନ୍ଧି ନିଜ ସହ ଥାନା ନେଇଥିଲା। ସୂଚନାଯୋଗ୍ୟ ଯେ, ୧୨ ବର୍ଷର କିଶୋରୀ ନିଜ ଅଜା ଆଇଙ୍କ ପାଖରେ ରହି ପାଠ ପଢୁଥିଲେ। ପ୍ରତି ଦିନ ଭଳି ସେଦିନ ମଧ୍ୟ କିଶୋରୀ ଆରବୀ ପଢିବାକୁ ଯାଇଥିଲେ। ତେବେ ସେଦିନ ମୌଲବୀ କିଶୋରୀଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା।
ଘଟଣାର ତଦନ୍ତ କରୁଥିବା ଥାନାଅଧିକାରୀ ରାଜେଶ ତ୍ରିପାଠି କହିଥିଲେ ଯେ, ଖବର ବିଷୟରେ ଜାଣିଲା ପରେ ସେ ତୁରନ୍ତ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ ଓ ୭୦ ବର୍ଷ ବୟସ୍କ ମୌଲବୀକୁ ବାନ୍ଧି ଥାନାକୁ ନେଇଯାଇଥିଲେ।