'ଇଡି ବାନ୍ଧିବ': ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୟ ଦେଖାଇ ଶିଳ୍ପପତିଙ୍କୁ ୯୫ ଲକ୍ଷ ଟଙ୍କାର ଚୂନ

Published By : Prameya-News7 Bureau | June 11, 2024 IST

HT

ନୂଆଦିଲ୍ଲୀ: “ଆପଣଙ୍କର ଫୋନ୍ ନମ୍ବର ଦୁଇ ଘଣ୍ଟା ମଧ୍ୟରେ ଡିସକନେକ୍ଟ ହୋଇଯିବ। ଲକ୍ଷ୍ନୌ ପୋଲିସ ସହିତ ଯୋଗାଯୋଗ କରନ୍ତୁ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଅଡିଟ୍‌ ହେବ”। ପୁଣେର ଜଣେ ୭୦ ବର୍ଷିୟ ଶିଳ୍ପପତିଙ୍କୁ 'ଟେଲିକମ୍ ବିଭାଗ'ରୁ ଏକ ଫେକ୍‌ କଲ୍‌ ଆସିଥିଲା। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତାଙ୍କୁ ଗିରଫ କରାଯିବା ନେଇ ଧମକ ଦିଆଯାଇଥିଲା। ସେହି ଭୟରୁ ବର୍ତ୍ତିବା ସେ ୯୫ ଲକ୍ଷ ଟଙ୍କା ହରାଇଛନ୍ତି।

ଚଳିତ ବର୍ଷ ଜାନୁୟାରୀ ଠାରୁ ଏପର୍ଯ୍ୟନ୍ତ ପୁଣେ ସିଟି ପୋଲିସ ମୋଟ ୪୧ଟି ମାମଲା ରୁଜୁ କରିଛି। ଯେଉଁଥିରେ ବିଦ୍ୟୁତ୍, ଫୋନ୍ କିମ୍ବା ଗ୍ୟାସ୍ ସଂଯୋଗ କଟିଯିବାର ଫେକ୍ କଲ୍‌ର ଠକେଇ ଶିକାର ହୋଇଛନ୍ତି। ବିଭିନ୍ନ ବିଭାଗର ଅଧିକାରୀ ବୋଲି କହି ଠକେଇ କରୁଥିବା କହିଛନ୍ତି ପୀଡିତ।

ସାଇବର କ୍ରାଇମ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ମାମଲାରେ, ଜଣେ କମ୍ପାନୀର ମୁଖ୍ୟଙ୍କୁ ଟେଲିକମ୍ ବିଭାଗର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ କଲ୍ କରିଥିଲେ। ତାଙ୍କୁ ଏକ କଣ୍ଟାକ୍ଟ ନମ୍ବର ଦିଆଯାଇଥିଲା ଏବଂ ତାଙ୍କୁ ଲକ୍ଷ୍ନୌ ପୋଲିସର ଜଣେ ଅଧିକାରୀଙ୍କ ସହ କଥା ହେବା ଉଚିତ ବୋଲି କୁହାଯାଇଥିଲା। ପରେ ସେ ଏହି ନମ୍ବରକୁ ଫୋନ୍ କରିବା ପରେ ସମ୍ପୃକ୍ତ ଠକ ଜଣକ ନିଜକୁ ଉତ୍ତରପ୍ରଦେଶ କ୍ୟାଡରର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ବୋଲି କହିଥିଲେ।

‘ତାଙ୍କ ଆକାଉଣ୍ଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜବତ କରାଯାଇଥିଲା ବୋଲି କୁହାଯାଇଥିଲା। କାରଣ ଅନ୍ତର୍ଜାତୀୟ ଔଷଧ କାରବାରରେ କମିଶନ ଭାବେ ମିଳିଥିବା ୯୫ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥିବା କୁହାଯାଇଥିଲା।

ଅଭିଯୋଗକାରୀ ତାଙ୍କ ସମ୍ପୃକ୍ତିକୁ ଅସ୍ୱୀକାର କରୁଥିବାରୁ ତାଙ୍କୁ ଇଡି ତରଫରୁ ଏକ ନକଲି ଚିଠି ପଠାଯାଇଥିଲା। ଯେଉଁଥିରେ ଲେଖାଥିଲା ଯେ ସେ ଟଙ୍କା ପାଇଛନ୍ତି ଏବଂ ତାଙ୍କୁ ଗିରଫ କରାଯିବ। ଏହା ପରେ ‘ଅଧିକାରୀ’ ଅଭିଯୋଗକାରୀଙ୍କ ପାଖରେ ଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଏବଂ ତାଙ୍କ କମ୍ପାନୀର କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇଥିଲେ। ଅଭିଯୋଗକାରୀଙ୍କୁ କୁହାଯାଇଥିଲା ଯେ ତାଙ୍କ ଆକାଉଣ୍ଟଗୁଡ଼ିକ ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଦ୍ୱାରା ଅଡିଟ୍ ହେବ। ଏହା ପରେ ଭୟରେ ସେ ୯୫ ଲକ୍ଷ ଟଙ୍କା ପଠାଇଦେଇଥିଲେ। ପରେ ତାହା ଫେକ୍‌ ଜାଣିବା ପରେ ମାମଲା ଥାନାରେ ପହଞ୍ଚିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.