୭୦ ବର୍ଷିୟ ବୃଦ୍ଧାଙ୍କର ଲାଗିଲା ୩୦ ବର୍ଷିୟ ଲଟେରୀ, ମାସକୁ ପାଉଛନ୍ତି ୧୦ ଲକ୍ଷ

Published By : Prameya-News7 Bureau | September 14, 2023 IST

ନୂଆଦିଲ୍ଲୀ ୧୪।୦୯: ଅନେକ ସମୟରେ ଲଟେରୀ ଲାଗିବା କଥା ଆପଣ ଶୁଣିଥିବେ , କିନ୍ତୁ କେବେ ଏପରି ଲଟେରୀ କଥା ଶୁଣୁଛନ୍ତି କି ମାସକୁ ୧୦ ଲକ୍ଷ ମିଳିବ ।  ବିଶ୍ୱାସ ହେଉନି ନା । କିନ୍ତୁ ଏକଥା ସତ । ଭାଗ୍ୟ ସାଥ୍‌ ଦେଲା, ଆଉ ଜିତିଲେ ଲଟେରୀ । ଏବେ ମାସକୁ ମିଳୁଛି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ଏପରି ଏକ ଘଟଣା ଜଣେ ୭୦ ବର୍ଷୀୟ ମହିଳାଙ୍କ କ୍ଷେତ୍ରରେ ଘଟିଛି । ଯିଏକି ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ଲଟେରି ଜିତି ନିଜର ଭାଗ୍ୟ ପରିବର୍ତ୍ତନ କରିଛନ୍ତି । ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ଇଂଲଣ୍ଡର । ଡୋର୍କିଙ୍ଗ ଅଞ୍ଚଳରେ ରହୁଥିବା ବୃଦ୍ଧା ମହିଳା ଡୋରିସ୍ ଷ୍ଟାନବ୍ରିଜ୍ ଏକ ଲଟେରୀ ଜିତିଥିଲେ ।

{"id":844412,"width":840,"height":451,"sizeSlug":"full","linkDestination":"none"}

 ଯାହାର ସମୟସୀମା ୩୦ ବର୍ଷ ରହିଛି । ବୃଦ୍ଧା ଲଟେରୀ ଜିତି ପ୍ରତି ମାସ ୧୦ ଲକ୍ଷ ୩୭ ହଜାର ଟଙ୍କା ପାଉଛନ୍ତି । ଆଉ ଏହି ଅର୍ଥ ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି । ଖାଲି ସେତିକି ନୁହେଁ, ଲଟେରୀରେ ମିଳୁଥିବା ମାସିକ ୧୦ ଲକ୍ଷ ୩୭ ହଜାର ଟଙ୍କା ସେ ୩୦ ବର୍ଷ ପର୍ଯ୍ୟନ୍ତ ପାଇବେ ବୋଲି କୁହାଯାଇଛି । ଗୋଟିଏ ବର୍ଷ ୧୨ ମାସ ଅଛି ଅର୍ଥାତ୍ ଦଶ ବର୍ଷରେ ୧୨୦ ମାସ ।  ତେବେ ୩୦ ବର୍ଷରେ ୩୬୦ ମାସ । ମାସକୁ ୧୦ ଲକ୍ଷ ହେଲେ ତେବେ ୩୬୦ ମାସକୁ ହେଉଛି ୩୬ କୋଟି । ଯାହା ସମସ୍ତଙ୍କୁ ଖୁବ୍‌ ଚକିତ କରିଛି ।

{"id":844400,"width":838,"height":629,"sizeSlug":"full","linkDestination":"none"}

ଏହାକୁ ନେଇ ବୃଦ୍ଧା ମହିଳା ଡୋରିସ୍  ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଙ୍କୁ ବୟସ ୭୦ ବର୍ଷ । ଏହି ଲଟେରୀ ତାଙ୍କୁ ଶତାୟୁ ହେବାକୁ ଅର୍ଥାତ୍‌ ୧୦୦ ବର୍ଷ ବଞ୍ଚିବାକୁ ପ୍ରେରଣା ଦେଉଛି । ସବୁଠାରୁ କୌତୁହଳର କଥା ହେଉଛି, ଡୋରିସ୍ ତାଙ୍କ ୭୦ତମ ଜନ୍ମଦିନରେ ଏକ ଲଟେରୀ ଟିକେଟ କିଣିବାକୁ ମନସ୍ଥ କରିଥିଲେ ।

{"id":844401,"sizeSlug":"full","linkDestination":"none"}

ଆଉ ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ସେ ଏକ ଟିକେଟ୍ କିଣିଥିଲେ । ଏହାପରେ ଜନ୍ମଦିନ ପାଳନ କରିବା ସମୟରେ ଘର ବଗିଚାରେ କିଛି ଗୁଡିଆଣି ଦେଖି କିଣିଥିଲେ ଲଟେରୀ । କାରଣ ବ୍ରିଟେନର ଲୋକମାନେ ବିଶ୍ବାସ କରିନ୍ତି କି ଗୁଡିଆଣି ଦେଖିଲେ ଟଙ୍କା ଆସିଥାଏ । ଆଉ ଏହି କଥା ସତ ହୋଇଛି ଏହି ୭୦ ବର୍ଷିୟ ମହିଳାଙ୍କ କ୍ଷେତ୍ରରେ ।

{"id":844402,"width":841,"height":473,"sizeSlug":"full","linkDestination":"none"}

ଲଟେରି କିଣି ଲଗାଇବାର ୭ଦିନ ପରେ ତାଙ୍କ ନିକଟକୁ ଏକ ମେଲ୍‌ ଆସିଥିଲା । ଯେଉଁଥିରେ ସେ ସୂଚନା ପାଇଥିଲେ କି, ତାଙ୍କୁ ୩୦ ବର୍ଷ ଯାଏଁ ମାସିକ ମାସିକ ୧୦,୦୦୦ ପାଉଣ୍ଡ ମିଳିବ । ଯାହାକୁ ଜାଣି ଡୋରିସ୍ ଷ୍ଟାନବ୍ରିଜ୍ ବହୁତ ଖୁସି ହୋଇଥିଲେ । ସେ କହିବା ଅନୁଯାୟୀ ତାଙ୍କର ୫୦ ବର୍ଷର ପୁରୁଣା ଘରକୁ ନୂଆ କରିବାକୁ ଯୋଜନା ରଖିଛନ୍ତି ।

You Can Read:

wp:embed {"url":"https://www.prameyanews7.com/naga-chaitanya-to-get-married-for-the-second-time/","type":"wp-embed","providerNameSlug":"prameya-news-7"}
https://www.prameyanews7.com/naga-chaitanya-to-get-married-for-the-second-time/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.