scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚଳିତ ବର୍ଷ ପ୍ରଥମ ୬ ମାସରେ ଭାରତୀୟ ଷ୍ଟାର୍ଟଅଫ୍‌ କମ୍ପାନୀ ୭୦ ହଜାର ଛଟେଇ କରିଛି

31/07/2023 at 12:44 PM

ନୂଆଦିଲ୍ଲୀ: ଦୀର୍ଘଦିନ ହେଲା ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବାରୁ ଭାରତର ନୂଆ ଉଦ୍ୟୋଗ(ଷ୍ଟାର୍ଟଅପ୍)ଗୁଡ଼ିକ ଦେଶରେ ହଜାର ହଜାର କର୍ମଚାରୀ ଛଟେଇ କରିଛନ୍ତି। ୨୦୨୩ ପ୍ରଥମ ଷଢ଼ ମାସିକରେ ପ୍ରାୟ ୭୦ ଷ୍ଟାର୍ଟଅପ୍‌ ୧୭ ହଜାରରୁ ଅଧିକ ଛଟେଇ କରିଛନ୍ତି। ନିଯୁକ୍ତି ଓ କର୍ମଚାରୀ ପରିଚାଳନା ସଂସ୍ଥା(ରିକ୍ରୁଟ୍‌ମେଣ୍ଟ ଓ ଷ୍ଟାଫିଂ ଫର୍ମା) ସିଆଇଇଏଲ ଏଚ୍‌ଆର୍‌(CIEL HR) ଏହି ସୂଚନା ଦେଇବା ଜାତିୟ ଗଣାଧ୍ୟମ ଟାଇମ୍ସ ଅପ୍ ଇଣ୍ଡିଆରେ ଖବର ପ୍ରକାଶ ପାଇଛି।

ଷ୍ଟାର୍ଟଅଫ୍ ଗୁଡ଼ିକ ନିଜର ଅଭିବୃଦ୍ଧି ପାଇଁ ବାହ୍ୟ ପୁଞ୍ଜି ନିବେଶ ଉପରେ ନିର୍ଭର କରୁଥିଲେ। ହେଲେ ପୁଞ୍ଜି ନିବେଶ କମିବାରୁ ଖର୍ଚ୍ଚ କାଟ କରିବାକୁ କମ୍ପାନୀଗୁଡ଼ିକ କର୍ମଚାରୀ ଛଟେଇ କରିବାକୁ ବାଧ୍ୟ ହୋଇଛନ୍ତି। CIEL HRର ସିଇଓ ଆଦିତ୍ୟ ମିଶ୍ର କହିଛନ୍ତି।

ପଢ଼ନ୍ତୁ-ଆୟକର ବିଭାଗ ଜାରି କଲା ନୂଆ ଡାଟା, ୫.୮୩ କୋଟି ଟିକସଦାତା ଦାଖଲ କରିଛନ୍ତି ITR

ଇ-କମର୍ଶନକମ୍ପାନୀ ଯଥା- ତେଜରାତି(ଗ୍ରୋସରୀ), ଶିଶୁ ଯତ୍ନ(ବେବି କେୟାର) ସାମଗ୍ରୀ, ଓ ବ୍ୟକ୍ତିଗତ ଯତ୍ନ(ପର୍ସନାଲ କେୟାର) ସାମଗ୍ରୀ, ଫିନ୍‌ଟେକ୍(ଆର୍ଥିକ କାରବାର କରାଉଥିବା ବ୍ୟବସାୟ), ଏଡଟେକ୍(ଶିକ୍ଷା ବ୍ୟବସାୟ),ଲଜିଷ୍ଟିକ ଟେକ୍, ହେଲ୍ଥ ଟେକ୍ ଆଦ ବିଭାଗରେ ଛଟେଇ ହୋଇଛି।

ସେହିପରି ୟୁନିକର୍ଣ୍ଣ କମ୍ପାନୀ ଯଥା- ମେଶୋ, ଅନଆକାଡେମୀ, ସ୍ୱିଗୀ ଓ ଶେୟାର ଚାଟ ବି ଚାକିରିରେ ଛଟେଇ କରିଛି। ସେହିପରି ଏକାଧିକ ସମସ୍ୟାର ସମ୍ମୁଖୀନ ହୋଇଥିବା ଶିକ୍ଷା କମ୍ପାନୀ ବାଇଜୁସ ଚଳିତ ବର୍ଷ ୫୦୦-୧୦୦୦ କର୍ମଚାରୀ ଛଟେଇ କରିଛି।

ଗତବର୍ଷ ଷଡ଼ମାସିକ ୧୮.୩ ବିଲିୟନ ଆମେରିକୀୟ ଡଲାର ତୁଳନାରେ ୨୦୨୩ ଷଡ଼ମାସିକରେ ଷ୍ଟାର୍ଟଅପ୍‌କୁ ୩.୮ ବିଲିୟନ ଡଲାର ପୁଞ୍ଜି ନିବେଶ ହ୍ରାସ ଘଟିଛି। ବର୍ଷକୁ ବର୍ଷ ପୁଞ୍ଜି ବିନିଯୋଗରେ ୮୦ ପ୍ରତିଶତ ହ୍ରାସ ହୋଇଛି ବୋଲି ପିଡବ୍ଲୁସି କହିଛି।

ପଢ଼ନ୍ତୁ-ଭାରତରେ ୪୦୦ ମିଲିୟନ ଡଲାର ନିବେଶ AMD, ଏହି ସହରରେ ହେବ କମ୍ପାନିର ସବୁ ବଡ଼ ଡିଜାଇନ ସେଣ୍ଟର

   Related Posts