୭୦ଶରଣାର୍ଥୀଙ୍କୁ ଉଦ୍ଧାର କରାଯିବା ସହ ୭ଜଣଙ୍କ ଶବ ଜବତ

Published By : Prameya-News7 Bureau | December 17, 2019 IST

ମରକ୍କୋର ଏକ ତଟରକ୍ଷକ ପୋତ ଭୁମଧ୍ୟସାଗରରେ ବୁଡ଼ି ରହିଥିବା ଏକ ନୌକାରୁ ଗତକାଲି ୭ଜଣଙ୍କ ଶବ ଜବତ କରିଥିଲା ଏବଂ ୭୦ଶରଣାର୍ଥୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରିଥିଲେ।

{"id":198725,"width":578,"height":361,"sizeSlug":"large"}

ମରକ୍କୋର ଏକ ସୈନ୍ୟ ଅଧିକାରୀଙ୍କ କହିବା ଅନୁସାରେ ଉଦ୍ଧାର କରାଯାଇଥିବା ଲୋକଙ୍କ ମଧ୍ୟରେ ୧୦ଜଣ ମହିଳା ଏବଂ ଜଣେ ପିଲା ଅଛନ୍ତି। ସେମାନଙ୍କ ଅବସ୍ଥା ଶୋଚନୀୟ ରହିଛି। ତାଙ୍କୁ ଚିକିତ୍ସା ପାଇଁ ଉତ୍ତର ମରକ୍କୋର ନାଦୋରକୁ ପଠାଯାଇଛି।

{"id":198726,"width":590,"height":339,"sizeSlug":"large"}

ସୂଚନା ଯୋଗ୍ୟ ​‌ଯେ ମୃତ୍ୟୁବରଣ କରିଥିବା ୭ଜଣଙ୍କ ମଧ୍ୟରୁ ୩ଜଣ ମହିଳା। ପାଖାପାଖି ୧୦୦ଜଣ ଶରଣାର୍ଥୀଙ୍କୁ ସ୍ପେନ୍ ନେଇଯାଉଥିବା ନୌକା ରାତିରେ ବୁଡ଼ି ଯାଇଥିଲା। ୨୪ଜଣ ଶରଣାର୍ଥୀ ଏଯାଏଁ ନିଖୋଜ ଅଛନ୍ତି।

{"id":198727,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.