ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ବ୍ରିଟିଶ ଶାସନ ପୂର୍ବରୁ ୭୦ ପ୍ରତିଶତ ଭାରତୀୟ ଲୋକେ ଶିକ୍ଷିତ ଥିଲେ; RSS ମୁଖ୍ୟ ମୋହନ ଭାଗବତ

6/03/2023 at 1:25 PM

ଚଣ୍ଡିଗଡ଼: ବ୍ରିଟିଶ ଶାସନ ପୂର୍ବରୁ ଭାରତର ୭୦ ପ୍ରତିଶତ ଲୋକ ଶିକ୍ଷିତ ଥିଲେ। ସେତେବେଳେ କୌଣସି ନିଯୁକ୍ତି ନଥିଲା। ଏଭଳି ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ। ହରିଆଣାର ଇନ୍ଦ୍ରୀ-କର୍ଣ୍ଣାଲ ରୋଡ୍‌ରେ ନିକଟରେ ଏକ ମଲ୍‌ଟିସ୍ପେଶାଲିଟି ହସ୍‌ପିଟାଲ୍ ଉଦ୍‌ଘାଟନ ଅବସରରେ ଏପରି କହିଥିଲେ ଆର୍‌ଏସ୍‌ଏସ୍ ମୁଖ୍ୟ।

ସେ କହିଛନ୍ତି “ବ୍ରିଟିଶ ଶାସନ ପୂର୍ବରୁ ଭାରତରେ ୭୦ ପ୍ରତିଶତ ଲୋକେ ଶିକ୍ଷିତ ଥିବା ବେଳେ ଇଂଲଣ୍ଡରେ ମାତ୍ର ୧୭ ପ୍ରତିଶତ ଲୋକ ଶିକ୍ଷିତ ଥିଲେ। ଏହାପରେ ବ୍ରିଟିଶରମାନେ ଆମ ଉପରେ ସେମାନଙ୍କର ଶିକ୍ଷା ପ୍ରକ୍ରିୟାକୁ ଲଦି ଦେଲେ। ଫଳରେ ସେମାନେ ୭୦ ପ୍ରତିଶତ ଶିକ୍ଷିତ ହୋଇଗଲେ ଆଉ ଆମେ ମାତ୍ର ୧୭ ପ୍ରତିଶତ ଶିକ୍ଷିତ ହେଲୁ।”

ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଆହୁରି କହିଛନ୍ତି ” ଆମର ଶିକ୍ଷଣ ପ୍ରକ୍ରିୟା କେବଳ ନିଯୁକ୍ତି ପାଇଁ ନଥିଲା ବରଂ ଜ୍ଞାନ ବର୍ଦ୍ଧକ ଥିଲା। ସେତେବେଳେ ଶିକ୍ଷା ସସ୍ତାରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉଥିଲା। ପୂରା ସମାଜ ଶିକ୍ଷାର ଖର୍ଚ୍ଚ ଉଠାଉଥିଲା। ଶିକ୍ଷାପ୍ରାପ୍ତ କରି ବାହାରୁଥିବା ବିଦ୍ୱାନ, କଳାକାର ଓ କାରିଗରମାନଙ୍କୁ ସାରା ବିଶ୍ୱରେ ପରିଚୟ ମିଳିଥିଲା।”

ଏହି ଅବସରରେ ମୋହନ ଭାଗବତ ‘ଆତମ ମନୋହର ମୁନୀ ଆଶ୍ରମ’ ଦ୍ୱାରା କରାଯାଇଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସାଧାରଣ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରଖାନା ନିର୍ମାଣ କାର୍ଯ୍ୟକୁ ଶ୍ରୀ ଭାଗବତ ଭୁରି ଭୁରି ପ୍ରଶଂସା କରିଥିଲେ।  

ଏହି ସମୟରେ ଦେଶର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ମହଙ୍ଗା ସ୍ଥିତି ଉପରେ ଗୁରୁତ୍ୱ ଦେଇଥିଲେ ବାଗବତ। ସେ କହିଥିଲେ ଯେ ଦେଶ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ଅତି ଜରୁରୀ। ହେଲେ ଉଭୟ ଶିକ୍ଷା ଓ ସ୍ୱାସ୍ଥ୍ୟ ଖୁବ୍ ମହଙ୍ଗା ହୋଇଯାଇଛି। ସାଧାରଣ ଲୋକଙ୍କ ପାଖରେ ଏହି ଦୁଇଟି ସେବାକୁ ଶସ୍ତାରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ସମସ୍ତଙ୍କ ମଙ୍ଗଳକାମାନା କରିବା ଆମର ସଂସ୍କୃତି ରହିଛି ବୋଲି ଭାଗବତ କହିଛନ୍ତି।

ସେ କହିଛନ୍ତି ” ଆମେ ସେମାନେ ନୋହୁଁ ଯେଉଁମାନେ କେବଳ ନିଜ ପାଇଁ ବଞ୍ଚନ୍ତି। ଆମ ସଂସ୍କୃତି ଓ ପରମ୍ପରାରେ ସର୍ବଜନ ହିତାୟ ସର୍ବଜନ ସୁଖାୟ(ସମସ୍ତଙ୍କର ହିତ ସାଧନ ଓ ସମସ୍ତଙ୍କ ମଙ୍ଗଳ କାମନା) ନୀତି ରହିଛି।” ନିଜ ସୋସାଇଟିକୁ ମଜଭୁତ କରିପାରିଲେ ଲୋକେ ନିଜ ପାଖରେ ଉନ୍ନତୀ ଦେଖିପାରିବ ବୋଲି ଭାଗବତ କହିଛନ୍ତି।

   Related Posts