ବ୍ରହ୍ମପୁର ୧୬|୧: ମାଆକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ୭ବର୍ଷର ଶିଶୁକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା । ଜେରା ପରେ ପୋଲିସ ଆଗରେ ସତ ମାନିଛି ଅଭିଯୁକ୍ତ । ଗଲା ୧୨ତାରିଖରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ସନାନନ୍ଦ ବିହାର ସପ୍ତମ ଲେନ୍ର ୭ବର୍ଷର ଶିଶୁ ଅଂଶୁମାନ ଅପହରଣ ଘଟଣାର ପର୍ଦ୍ଦାଫାଶ୍ କରିଛି ପୋଲିସ ।
{"id":74504}
ପୁଣି ସାମ୍ନାକୁ ଆସିଛି ଜଣେ ପାଗଳ ପ୍ରେମୀର ବର୍ବରକାଣ୍ଡ । ମାଆକୁ ପ୍ରେମ ନିବେଦନ କରି ବିଫଳ ହେବାରୁ ୭ବର୍ଷର ଶିଶୁକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଛି । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ସନାନନ୍ଦ ବିହାର ସପ୍ତମ ଲେନ୍ର ନିରୁପମା ଆଚାର୍ଯ୍ୟଙ୍କ ପୁଅ ଅଂଶୁମାନ ଆଚାର୍ଯ୍ୟ କୁଆଡ଼େ ନିଖୋଜ୍ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା ବ୍ରହ୍ମପୁର ପୋଲିସ । ସମ୍ପର୍କୀୟ ମାମୁ ଦେବାଶିଷ ପଣ୍ଡା ଉପରେ ପଡ଼ିଥିଲା ପୋଲିସର ନଜର । ବଢ଼ିଥିଲା ସଂଦେହ । କାରଣ ଗଲା ୧୨ତାରିଖ ଦିନ ଅଂଶୁମାନକୁ ସ୍କୁଲରେ ଛାଡ଼ି ଦେବାକୁ କହି ସାଥୀରେ ନେଇଯାଇଥିଲା ଦେବାଶିଷ । ସିସିଟିଭି ଫୁଟେଜ୍ରୁ ଏହାର ପ୍ରମାଣ ମିଳିବା ପରେ ଦେବାଶିଷକୁ ଖୋଜିଥିଲା ପୋଲିସ । ସୋନପୁର ଡୁଙ୍ଗୁରୁପାଲିରୁ ଦେବାଶିଷକୁ ଗିରଫ କରିବା ପରେ ଖୋଲିଥିଲା ଅଂଶୁମାନ ହତ୍ୟାକାଣ୍ଡର ଗୁମର ।
{"id":74735}
ପ୍ରଥମେ ନିରୁପମାଙ୍କ ସହ ଫେସବୁକ୍ରେ ବନ୍ଧୁତା । ଏବଂ ପରେ ପ୍ରେମ ନିବେଦନ କରି ବିଫଳ ହେବାରୁ ବିଗିଡ଼ିଯାଇଥିଲା ଦେବାଶିଷର ମୁଣ୍ଡ । ବଦଲା ନେବାକୁ ଯାଇ ତାଙ୍କର ୭ବର୍ଷର ପୁଅକୁ ସ୍ଥାନୀୟ ତାରାତାରେଣୀ ପାହାଡ଼କୁ ନେଇ ହତ୍ୟା କରିଥିଲା । ଶିଶୁଟିର ମୃତଦେହକୁ ଜବତ କରିଛି ପୋଲିସ ।
{"id":74581}
ଅଭିଯୁକ୍ତ ଦେବାଶିଷ ପଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ହେଲେ ତା’ର ବିକୃତ ମାନସିକତା ପାଇଁ ଜଣେ ମାଆକୁ ତା’ର ୭ବର୍ଷର ପୁଅକୁ ହରାଇବାକୁ ପଡ଼ିଛି । ଜୀବନ କ’ଣ ବୁଝିବା ଆଗରୁ ଆରପାରିକୁ ଚାଲିଯାଇଛି କୁନି ପୁଅ ଅଂଶୁମାନ । ଆମ ସଭ୍ୟ ସମାଜ ପାଇଁ ଏହା ହିଁ ବିଡ଼ମ୍ବନା ।