ଦୁବାଇରେ ୭ବର୍ଷର ଭାରତୀୟ ଶିଶୁ ଜିତିଲା ୧୦ ଲକ୍ଷ ଡଲାରର ଲଟେରୀ, ଜାଣନ୍ତୁ ଏହା ହେଲା କିପରି

Published By : Prameya-News7 Bureau | March 26, 2020 IST

ଦୁବାଇ ୨୬।୩: ଦୁବାଇର ଅଜମନରେ ୭ ବର୍ଷର ଭାରତୀୟ ୧୦ ଲକ୍ଷ ଡଲାରର ଲଟେରୀ ଜିତିଛି । କପିଲରାଜ କନକରାଜ ୪୨୩୪ ଟିକେଟ୍ ମଧ୍ୟରୁ ୩୨୭ ସିରିଜ୍ ଟିକେଟ୍ ଜିତିଥିଲେ । ଯାହା ତାଙ୍କ ବାପା ୨୧ ଫେବୃଆରୀରେ କିଣିଥିଲେ ।
ଖଲିଜ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଶିଶୁଟିର ବାପା କନକରାଜ ତାମିଲନାଡୁର ବାସିନ୍ଦା । ସେ ଦୀର୍ଘ ୨୭ ବର୍ଷ ଧରି ଦୁବାଇ ଅଜମନରେ ରହୁଛନ୍ତି ।
କନକରାଜ କହିଛନ୍ତି ଯେ, ‘ଆଜି ମୁଁ କିପରି ଅନୁଭବ କରୁଛି ଏହା କହିବାକୁ ମୋ ପାଖରେ ଶବ୍ଦ ନାହିଁ। ମୋର ପରିବାର ଏବଂ ମୁଁ ଏହି ଆଶୀର୍ବାଦ ପାଇଁ କୃତଜ୍ଞ । ଏହି ଟଙ୍କା ମୋ ପୁଅର ଭବିଷ୍ୟତ ଏବଂ ଆମର ଆସବାବପତ୍ର ବ୍ୟବସାୟରେ ବିନିଯୋଗ ହେବ | ଦୁବାଇ ଡ୍ୟୁଟି ଫ୍ରି ଆପଣଙ୍କୁ ବହୁତ ଧନ୍ୟବାଦ |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.