ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମହିଳା ଦିବସରେ ସୋସିଆଲ ମିଡିଆ ଆକାଉଣ୍ଟକୁ ସମର୍ପିତ କଲେ ମୋଦି, ପରିଚାଳନାର ଦାୟିତ୍ୱ ନେଲେ ୭ ମହିଳା

8/03/2020 at 6:53 PM

ନୂଆଦିଲ୍ଲୀ, ୦୮|୦୩:  ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଉଦ୍ଦେଶ୍ୟରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦି ।ନିଜର ସୋସିଆଲ ମିଡିଆ ଆକାଉଣ୍ଟକୁ ଆଜି ଦିନକ ପାଇଁ ୭ ଜଣ ମହିଳାଙ୍କୁ ପରିଚାଳନା କରିବାକୁ ଦାୟିତ୍ୱ ଦେଇଛନ୍ତି ମୋଦି । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଏହି ୭ ଜଣ ମହିଳା ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେମାନଙ୍କର ସଫଳତାର କାହାଣୀ କହିବା ସହି ଲୋକଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

୭ ଜଣ  ମହିଳାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ସମର୍ପିତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ନିଜର ସଫଳତାର କାହାଣୀ କହିଲେ ୭ ଜଣ ମହିଳା ।ସେମାନଙ୍କ ଭିତରେ ଅଛନ୍ତି କ୍ଷୁଧା ବିରୋଧରେ ଲଢୁଥିବା ଜଣେ ସଂଗ୍ରାମୀ, ଜଣେ ଭିନ୍ନକ୍ଷମ କର୍ମୀ ଏବଂ ଜଣେ ଉଦ୍ୟୋଗୀ ।ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ବିଟର୍ ଆକାଉଣ୍ଟରେ ଏହି ମହିଳା ମାନେ ସେମାନଙ୍କର ଜୀବନରେ କାହାଣୀ କହିଛନ୍ତି ।

ମୋଦିଙ୍କ ଆକାଉଣ୍ଟରୁ ଆଜି ପ୍ରଥମେ ଟ୍ବିଟ୍‌ କରିଛନ୍ତି ସ୍ନେହା ମୋହନ ଦାସ ।ସେ ବାସହୀନ ଲୋକଙ୍କୁ ବର୍ଷବର୍ଷ ହେଲା ଖାଦ୍ୟ ଯୋଗାଇ ଆସୁଛନ୍ତି ।ଏଥିପାଇଁ ସେ ଫୁଡ୍‌ ବ୍ୟାଙ୍କ ଇଣ୍ଡିଆ ସଂସ୍ଥା ଆରମ୍ଭ କରିଛନ୍ତି ।ନିଜ ସଂପର୍କରେ ସୂଚନା ଦେବା ପାଇଁ ସେ ଏକ ଭିଡିଓ ଅପଲୋଡ୍‌ କରିଛନ୍ତି ।

ସ୍ନେହାଙ୍କ ପରେ ଟ୍ବିଟ୍ କରିଥିବା ଦ୍ବିତୀୟ ମହିଳା ହେଲେ ମାଳବିକା ଆୟାର ।ମାତ୍ର ୧୩ ବର୍ଷ ବୟସରେ ସେ ଏକ ବୋମା ବିସ୍ଫୋରଣରେ ନିଜର ୨ ହାତ ହରାଇବା ସହିତ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା ।ଜୀବନ ନିଜର ସଂପୂର୍ଣ୍ଣ ନିୟନ୍ତ୍ରଣରେ ନଥିଲେ ମଧ୍ୟ ଜୀବନ ପ୍ରତି ମନୋଭାବକୁ ନିୟନ୍ତ୍ରଣ କରିପାରିବା ହିଁ ଗୁରୁତ୍ବପୂର୍ଣ୍ଣ ବୋଲି ସେ ଟ୍ବିଟ୍‌ କରିଛନ୍ତି । ଆମେ ନିଜର ଚ୍ୟାଲେଞ୍ଜ ଗୁଡ଼ିକର କେମିତି ମୁକାବିଲା କରିପାରୁଛେ ତାହା ହିଁ ଗୁରୁତ୍ବପୂର୍ଣ୍ଣ ବୋଲି ମାଳବିକା ଆୟାର ନିଜର ଏକ ଭିଡିଓ ଟ୍ବିଟ୍ କରିଛନ୍ତି ।

ମୋଦିଙ୍କ ଆକାଉଣ୍ଟରୁ ଟ୍ବିଟ୍‌ କରିଥିବା ଆଉ ଜଣେ ହେଲେ କାଶ୍ମୀରର ଆରିଫା ।ସେ କାଶ୍ମୀରର ପାରମ୍ପରିକ ହସ୍ତଶିଳ୍ପର ପୁନରୁଦ୍ଧାର ପାଇଁ କାମ କରିଆସିଛନ୍ତି ।ଏହାଦ୍ବାରା ସ୍ଥାନୀୟ ମହିଳାଙ୍କର ସଶକ୍ତୀକରଣ ହୋଇପାରିବ ବୋଲି ତାଙ୍କର ବିଶ୍ବାସ ।ସେ ମଧ୍ୟ ନିଜର ଜୀବନ କାହାଣୀ ନେଇ ଏକ ଭିଡିଓ ଟ୍ବିଟ୍‌ କରିଛନ୍ତି ।ମୋଦିଙ୍କ ଆକାଉଣ୍ଟରୁ ଟ୍ବିଟ୍‌ କରିଥିବା ଆଉ ଜଣେ ମହିଳା ହେଲେ ଜଳ ସଂରକ୍ଷଣ କର୍ମୀ କଳ୍ପନା ରମେଶ ।ସେ ତାଙ୍କ ଭିଡିଓ ଟ୍ବିଟ୍‌ରେ ଜଳ ସଂରକ୍ଷଣର ବାର୍ତ୍ତା ଦେଇଛନ୍ତି ।ଆମର ପିଲାମାନଙ୍କ ପାଇଁ ଜଳ ସୁରକ୍ଷା ପାଇଁ ସମସ୍ତେ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳୁ ଟ୍ବିଟ୍‌ କରି ଦେଶବାସୀଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଥିଲେ ।ସେ ନାରୀଶକ୍ତିକୁ ନିଜର ପ୍ରଣାମ ଜଣାଇଥିଲେ ।ଏହାସହିତ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରୁ ସାଇନ୍‌ ଅଫ୍‌ କରିବା ସହିତ ୭ ଜଣ ମହିଳାଙ୍କୁ ଆଜି ଦିନକ ପାଇଁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା ଦାୟିତ୍ବ ଦେଇଥିଲେ ।

   Related Posts