ଏହି ରାଜ୍ୟର ୭ଟି ଗାଁରେ ପାଳନ କରାଯାଏ ସାଇଲେଣ୍ଟ ଦିୱାଲୀ, ଜାଣନ୍ତୁ ଏହାର ପୁରା କାରଣ

Published By : Prameya-News7 Bureau | November 13, 2023 IST

ମୁମ୍ଵାଇ ୧୩।୧୧: ଗତକାଲି ଅର୍ଥାତ୍ ରବିବାର ୧୨ ନଭେମ୍ବର ଦିନ ଦୀପାବଳି ପାଳନ କରାଯାଇଥିଲା । ଏହି ପର୍ବ ଦେଶ ତଥା ବିଶ୍ଵରେ ବହୁତ ଉତ୍ସାହର ସହିତ ପାଳନ କରାଯାଇଥିଲା। ଲୋକମାନେ ଦୀପ ଜାଳିବା, ମିଠା ବଣ୍ଟନ କରିବା ଏବଂ ଆତସବାଜି କରି ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ହେଲେ ତାମିଲନାଡୁ ରାଜ୍ୟରେ ୭ ଟି ଗ୍ରାମ ଅଛି । ଯାହାକି ଦୀପାବଳିର ଏହି ପର୍ବକୁ କେବଳ ଦୀପ ଜାଳିବା ଦ୍ୱାରା ପାଳନ କରିଥିଲେ। ତାହା ପୁଣି ବିନା ବାଣରେ ।

ତାମିଲନାଡୁର ଇରୋଡ ଜିଲ୍ଲାର ସାତୋଟି ଗାଁରେ ଏହି ପର୍ବ କେବଳ ଆଲୋକ ସହିତ ପାଳନ କରାଯାଇଥିଲା । ନିକଟସ୍ଥ ପକ୍ଷୀ ଅଭୟାରଣ୍ୟରେ ପକ୍ଷୀମାନଙ୍କର ସଂରକ୍ଷଣକୁ ଦୃଷ୍ଟିରେ ରଖି ବାଣ ଫୁଟା ଯାଇନଥିଲା। ଚଳିତ ବର୍ଷ ମଧ୍ୟ ସେଲାପମ୍ପାଲାୟମ, ବଦାମୁଗମ ବେଲୋଡ, ସେମାଣ୍ଡମପଲାୟମ, କରୁକାନକଟ୍ଟୁ ବଲାସୁ, ପୁଙ୍ଗମପାଡି ଏବଂ ଅନ୍ୟ ଦୁଇଟି ଗ୍ରାମ ଏକ 'ଶାନ୍ତ'ର ଦୀପାବଳୀ ପରମ୍ପରା ବଜାୟ ରଖିଥିଲେ।

୨୨ ବର୍ଷ ଧରି ସାଇଲେଣ୍ଟ ଦୀପାବଳି ପରମ୍ପରା ଚାଲିଛି

ସେମାନେ ଗତ ୨୨ ବର୍ଷ ଧରି ଦିୱାଲୀରେ ବାଣ ନ ଫୁଟାଇବା ପଦ୍ଧତି ଅନୁସରଣ କରୁଛନ୍ତି। ଅକ୍ଟୋବରରୁ ଜାନୁୟାରୀ ମଧ୍ୟରେ ହଜାର ହଜାର ସ୍ଥାନୀୟ ପ୍ରଜାତିର ପକ୍ଷୀକୁ ଅଣ୍ଡା ଦେବା ପାଇଁ ଅଭୟାରଣ୍ୟକୁ ଅଣାଯାଏ । ଯେହେତୁ, ଦିୱାଲୀ ସାଧାରଣତ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପଡେ। ପକ୍ଷୀ ଅଭୟାରଣ୍ୟରେ ରହୁଥିବା ୯୦୦ ରୁ ଅଧିକ ପରିବାର ପକ୍ଷୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଥିଲେ। କାରଣ ପ୍ରଚଣ୍ଡ ଶବ୍ଦ ଏବଂ ପ୍ରଦୂଷଣ ହେତୁ ପକ୍ଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.