ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚାଲାଣ ବେଳେ ୭ଟି ଗାଡି ଜବତ

5/06/2020 at 1:41 PM

ଉଦଳା ୫।୬: ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ପୋଲିସ ଏବଂ ତହସିଲଦାର ମିଳିତ ଚଢାଉ କରି ସାତ ଗୋଟି ଗାଡି ଜବତ କରିଛି । ଜବତ ଗାଡି ଗୁଡିକ ମଧ୍ୟରେ ଗୋଟିଏ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର, ଦୁଇ ଗୋଟି ବାଲି ବୋଝେଇ ଟ୍ରାକ୍ଟର ଏବଂ ଗୋଟିଏ ଡମ୍ଫର ଏବଂ ତିନି ଗୋଟି ଚିପ୍ସ ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି ।

ଗୁରୁବାର ରାତିରେ ପୋଲିସ ଏବଂ ତହସିଲଦାର ମିଳିତ ଭାବେ ଚଢାଉ କରି ଏହି ୭ ଗୋଟି ଗାଡିକୁ ଜବତ କରିଛି । ଜବତ ସମସ୍ତ ଗାଡି ଉଦଳା ଥାନାରେ ରହିଥିବା ବେଳେ ଏହି ଗାଡିଗୁଡିକ ବେଆଇନ ଭାବେ ବାଲି, ଚିପ୍ସ ଏବଂ ମାଙ୍କଡା ପଥର ଚୋରା ଚାଲାଣ କରୁଥିଲେ । ତେବେ ଏକା ସଙ୍ଗେ ୭ ଗୋଟି ଗାଡି ଜବତ ହେବାପରେ ଏହାକୁ ନେଇ ମାଫିଆଙ୍କ ମଧ୍ୟରେ ଛନକା ପଶିଛି ।

ଗୋଟିଏ ରାତିରେ ୭ ଗୋଟି ଜବତ ହେବା ସ୍ଥାନୀୟ ଥାନା ଅନ୍ତର୍ଗତ କେତେ ମାତ୍ରାରେ ବେଆଇନ ବାଲି, ମାଙ୍କଡା ପଥର ଏବଂ ଚିପ୍ସ ଚୋରାଚାଲାଣ ଚାଲିଛି ତାହାକୁ ପଦାରେ ପକାଇଛି । ତେବେ ପ୍ରଶ୍ନ ଉଠୁଛି ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିଥିବା ବେଳେ ରାତିରେ କିଭଳି ଚୋରାଚାଲାଣ ହେଉଛି ଏବଂ ତାହାକୁ ପୋଲିସ ଜବତ କରୁଛି ।   

   Related Posts