ଏହି ଜୀବମାନେ ଦେଖିବାକୁ କାଚ ପରି, ମଣିଷଙ୍କ ଆଖିକୁ ବି ଦେଖାଯାଆନ୍ତିନି
12/11/2023 at 12:45 PM

ନୂଆଦିଲ୍ଲୀ ୧୨।୧୧: ଦୁନିଆରେ ଅନେକ ଜୀବଜନ୍ତୁ ରହିଛନ୍ତି । ଯେଉଁମାନେ କି ଦେଖିବାକୁ ଭିନ୍ନ ତଥା ସୁନ୍ଦର ।କିନ୍ତୁ ଏପରି କିଛି ଜୀବ ଅଛନ୍ତି ଯେଉଁମାନେ କି ଆଖିକୁ ଦେଖାଯାଆନ୍ତିନି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ… ଗ୍ଲାସ୍ ଅକ୍ଟୋପସ୍ । ଏମାନଙ୍କ ଆଖି ଏବଂ ଅନ୍ତନଳୀକୁ ଛାଡିଦେଲେ ସମ୍ପୂର୍ଣ୍ଣ ଶରୀର ଦେଖିବାକୁ ପୁରା ଧଳା । ଅର୍ଥାତ୍ ଏହା ଜଳ ସହ ପୁରା ମିଶି ଯାଇଥାଏ । କିନ୍ତୁ ଏହି ଅକ୍ଟୋପସ୍ ନିଜ ବଡ ଆଖିରୁ ଆଲୋକ ବିଛାଇ ଶିକାରୀଙ୍କଠାରୁ ଖୁବ୍ ସହଜରେ ରକ୍ଷା ପାଇଥାଏ ।

ସମୁଦ୍ର ପତ୍ତନଠାରୁ ହଜାରେ ମିଟର ଗଭୀରତାରେ ବାସ କରିଥାଏ ଗ୍ଲାସ୍ ସ୍କେଡ୍ । ଏହି ଜୀବର ଶରୀର କାଚ ପରି । ଏହା ମଧ୍ୟ ନିଜ ଆଖିରୁ ଆଲୋକ ବାହାର କରି ଶିକାରୀଙ୍କୁ ଦେଇଥାଏ ଚକ୍ମା । ସମୁଦ୍ରର ତଳ ଭାଗରେ ବାସ କରୁଥିବା ଏହି ଜୀବଟି ହେଉଛି ଟୋମୋପଟେରିସ୍ । ଏହା ଦେଖିବାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ଟ୍ରାନ୍ସପରାଣ୍ଟ୍ । ଶିକାରୀଙ୍କୁ ଚକ୍ମା ଦେବାକୁ ଏହା ରଙ୍ଗୀନ ଆଲୋକ ନିର୍ଗତ କରେ । ବନ୍ଧୁକ ନଳୀ ପରି ଦେଖାଯାଉଥିବା ସି ସାଲ୍ପ ଜୀବର ଶରୀର ଟ୍ରାନ୍ସପରାଣ୍ଟ୍ । ପହଁରିବା ସମୟରେ ଏହା ଦଳଜାତୀୟ ଉଦ୍ଭିଦ ଖାଇଥାଏ ।

ହାଇପରିଡ୍ ଏକ ପ୍ରକାରର କଙ୍କଡା ପ୍ରଜାତିର । ଏହି ଜୀବ ଟ୍ରାନ୍ସପରାଣ୍ଟ ହେବା ସହ ଶିକାରୀକୁ ଚକମା ଦେବାକୁ ଆଲୋକର ଦିଗକୁ ବଦଳାଇ ଦେଇଥାଏ । ପିମ୍ପୁଡ଼ି ପରି ଦେଖାଯାଉଥିବା ସି ସାଫିର୍ ଶରୀରରୁ ବାହାରିଥାଏ ଇନ୍ଦ୍ରଧନୁ ପରି ରଙ୍ଗ । ଯାହା ତାକୁ ଶିକାରୀଠାରୁ ରକ୍ଷା କରିଥାଏ । ସେଣ୍ଟାଲ୍ ଆମେରିକାରେ ମିଳୁଥିବା ଗ୍ଲାସ୍ଓ୍ବିଙ୍ଗ୍ ବଟରଫ୍ଲାଏର ପକ୍ଷୀ ଗୁଡିକ ଟ୍ରାନ୍ସପରାଣ୍ଟ ।
You Can Read: