scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହିମାଚଳ ପ୍ରଦେଶରେ ପୁଣି ବର୍ଷା ତାଣ୍ଡବ: ଭାସିଗଲେ ଗୋଟିଏ ପରିବାରର ୭ ସଦସ୍ୟ

14/08/2023 at 4:28 PM

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରକୃତି ତାଣ୍ଡବର ଭୟଙ୍କର ଦୃଶ୍ୟ। ୭ ଜଣଙ୍କୁ ଭସାଇ ନେଲା ବାଦଲଫଟା ବର୍ଷା। ସୋମବାର ମଣ୍ଡି ଜିଲ୍ଲା ସେଘିଲ ପଞ୍ଚାୟତର ଗୋଟିଏ ପରିବାରର ୭ ଜଣ ପାଣିରେ ଭାସିଯାଇଛନ୍ତି। ରାଜ୍ୟ ପୁଲିସ ଓ ବିପର୍ଯ୍ୟୟ ପରିଚାଳନା ଟିମ୍ ନିଖୋଜମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି। ଏନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସୂଚନା ଦେଇଛନ୍ତି।

ରବିବାର ଠାରୁ ମଣ୍ଡି ଜିଲ୍ଲାର ସମ୍ଭାଲ ଏରିଆରେ ପ୍ରବଳ ବର୍ଷା ଜାରି ରହିଛି। ବାଦଲ ଫାଟିବାରୁ ମୁଷଳ ଧାରାରେ ବର୍ଷା ପୁଣିଥରେ ହିମାଚଳ ପ୍ରଦେଶର ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବର୍ଷାଜନିତ କାରଣରୁ ୨୯ ଜଣଙ୍କର ମୃତ୍ୟୁ ହେଲାଣି। ସେହିପରି କୋଟି କୋଟି ଟଙ୍କା କ୍ଷତି ହୋଇଛି। ରବିବାର ରାତିରେ ଭୂସ୍ଖଳନ ଯୋଗୁ ଦୁଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି।

ମୃତ୍ୟୁର ବିଭୀଷିକା ଏତିକିରେ ସରି ନାହିଁ। ସୋଲାନ ଜିଲ୍ଲାରେ ମଧ୍ୟ ବାଦଲ ଫାଟିବାରୁ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଦୁଇଟି ଘର ଓ ଗୋଟିଏ ଗୁହାଳ ଭାସିଯାଇଥିଲା। ସେହିପରି ୬ ଜଣଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା ବୋଲି ସୋଲାନ ଡିଭିଜାନାଲ କମିସନର ମନମୋହନ ଶର୍ମା ସୂଚନା ଦେଇଛନ୍ତି।  

ସେହିପରି ସୋମବାର ଶିମ୍‌ଲାରେ ଶିବ ମନ୍ଦିର ଭୁଶୁଡ଼ି ପଡ଼ିବାରୁ ଅତି କମ୍‌ରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଏକାଧିକ ଫସି ରହିଥିବା କୁହାଯାଉଛି। ଏଠାରେ ମଧ୍ୟ ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଛି। ସୂଚନା ଅନୁସାରେ, ଶିମଲା କାଲ୍‌କା ଜାତୀୟ ରାଜପଥ ଓ ଶିମଲା ମାତଉର ରାସ୍ତା ବ୍ୟତୀତ ମୋଟ ୭୫୦ ରାସ୍ତା ବନ୍ୟା ଓ ବର୍ଷା ଯୋଗୁ ବନ୍ଦ ରହିଛି। ସେହିପରି ବିଳାଶପୁର ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁ ନିର୍ମାଣ କ୍ଷତିଗ୍ରସ୍ତ ହୋଇଛି।

ପଢ଼ନ୍ତୁ-ଚୀନ୍‌ରେ ବର୍ଷା ବିତ୍ପାତ; ଭୂ-ସ୍ଖଳନ ଯୋଗୁ ୨୧ ମୃତ, ୬ ନିଖୋଜ

   Related Posts