ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
7/12/2022 at 10:26 AM

ବ୍ରହ୍ମପୁର ୦୭/୧୨: ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା । ୭ ଜଣ ଛାତ୍ରଙ୍କୁ ବହିଷ୍କାର କଲେ ବିଦ୍ୟାଳୟ ଅଧ୍ୟକ୍ଷ । ବିଦ୍ୟାଳୟରେ ଏଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ପରେ ଅଧ୍ୟକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । କିଛି ଛାତ୍ରୀ ସେମାନଙ୍କୁ ରାଗିଂ କରାଯାଉଥିବା ନେଇ ଗତ ନଭେମ୍ବର ମାସ ୧୯ ତାରିଖରେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।
ସିନିୟର ଛାତ୍ର ମାନେ ଶ୍ରେଣୀ ଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରୁଥିବା ନେଇ ଅଭିଯୋଗ ହୋଇଥିଲା । ବହିଷ୍କାର କରାଯାଇଥିବା ୭ ଛାତ୍ର ଯଦି କ୍ୟାମ୍ପସ ମଧ୍ୟରେ ବୁଲିବେ ତେବେ ପୋଲିସ ନିଜ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନେଇ ସୂଚନା ଦେଇଛନ୍ତି ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ରାଧାକାନ୍ତ ନାୟକ ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023