ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସମେତ ୭ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଦୁଗ୍ଦ ଉତ୍ପାଦନକୁ ଗୁରୁତ୍ଵ ଦିଆଯାଇଛି। ଏଥିରେ ଗୋସମ୍ପଦ ବୀମା ବାବଦରେ ୮୫ ପ୍ରତିଶତ ସରକାର ଦେବେ ଏବଂ ୧୫ ପ୍ରତିଶତ ଚାଷୀ ଦେବେ। ଓମଫେଡ୍କୁ ସଶକ୍ତ ପାଇଁ ସହାୟତାଦିଆଯିବା ସହ ଫଡର ଚାଷ ପାଇଁ ଇନସେନଟିଭ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ ମଞ୍ଜୁରୀ ମିଳିଛି।
ସେହିପରି ରାଜ୍ୟ ସରକାର ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ କ୍ଵାର୍ଟର୍ସ ନିର୍ମାଣ କରିବେ। ଏହାର ନିର୍ମାଣ କାମ ୩୦ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। । ଓଡ଼ିଶା ସୁପ୍ରିମୋ ଜୁଡ଼ିଶିଆଲ ସର୍ଭିସ ଏବଂ ଓଡ଼ିଶା ଜୁଡ଼ିଶିଆଲ ସର୍ଭିସ ନିୟମ ୨୦୦୭କୁ ସଂଶୋଧନ କରାଯାଇଛି। ବେସରକାରୀ ଡିଲରଙ୍କୁ ଆଉ ଦେଢ ବର୍ଷର ଏକ୍ସଟେନସନ ମିଳିଛି। ବେସରକାରୀ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲର ମାନଙ୍କ ନିଯୁକ୍ତି ପ୍ରକ୍ରିୟା ପ୍ରସ୍ତାବକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି।