ଭୁବନେଶ୍ବର୨୦/୩: ସାରା ବିଶ୍ବରେ ୧୮୬ ଦେଶରେ ପ୍ରଭାବ ବିସ୍ତାର କରିଥିବା କରୋନାକୁ ନେଇ ଆମ ରାଜ୍ୟରେ ମଧ୍ୟ ବଢିଲା କଟକଣା। ଓଡିଶାରେ ଦ୍ବିତୀୟ ପଜିଟିଭ୍ କେଶ୍ ରିପୋର୍ଟ ହେବା ପରେ ରାଜ୍ୟରେ ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତି। ସର୍ବସାଧାରଣ ସ୍ଥାନରେ ୭ ଜଣ ବ୍ୟକ୍ତି ଏକାଠି ହେବା ଉପରେ ଲାଗିଲା ଅଙ୍କୁଶ। SC/ST ହଷ୍ଟେଲ ଗୁଡ଼ିକୁ ମାର୍ଚ୍ଚ ୨୫ରୁ ଜୁନ୍ ୨୫ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
{"id":241643,"sizeSlug":"large"}କରୋନା ବ୍ୟତୀତ ଅନ୍ୟ କୌଣସି ସରକାରୀ ମିଟିଂ ହେବ ନାହିଁ ବୋଲି ଘୋଷଣା କରାଯାଇଛି । ସେହିଭଳି ରେଷ୍ଟୁରାଣ୍ଟ, ବାର୍, କଫି ସପ୍, କ୍ୟାଣ୍ଟିନ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ୟାକ୍ସି, ଅଟୋରିକ୍ସା ଭଳି ପରିବହନ ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଜାରୀ ହୋଇଛି ।
{"id":241638,"sizeSlug":"large"}ରାଜ୍ୟରେ ୨ୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି ୪୬ ଜଣ ବ୍ୟକ୍ତି । ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କୁ ଚିହ୍ନଟ କରାଯାଇ ଅବଜରଭେସନରେ ରଖାଯାଇଛି। ବାକି ୩ ଜଣଙ୍କୁ ଚିହ୍ନଟ କରିବାକୁ ପ୍ରକ୍ରିୟା ଜାରି ରହିଛି ବୋଲି ସୂଚନା ଦିଆଯାଇଛି। ୨ୟ ପଜିଟିଭ ରୋଗୀଙ୍କ ବୟସ ୧୯ ବର୍ଷ ଏବଂ ସେ ଲଣ୍ଡନରୁ ଫେରିଥିବା ଜଣାପଡ଼ିଛି । ତେବେ ଏହି ରୋଗୀ ଏତେ ସଂଖ୍ୟକ ଲୋକଙ୍କ ସଂସ୍ପର୍ଶରେ କେମିତି ଆସିଲେ । ସେନେଇ ତନାଘନା ଆରମ୍ଭ ହୋଇଯାଇଛି।
{"id":241647,"width":558,"height":783,"sizeSlug":"large"}ସେପଟେ, ଆଶ୍ବସ୍ତି ବିଷୟ ହେଉଛିଯେ, ପ୍ରଥମ ରୋଗୀଙ୍କ ସ୍ବସ୍ଥ୍ୟାବସ୍ଥା ଭଲ ଅଛି । ତେବେ, ସରକାର କରୋନାର ଭୟାବହତାକୁ ଦେଖି ଅଧିକ କଟକଣା ଜାରି କରିଛନ୍ତି । ଆଜିଠାରୁ ବାହାରେ ୭ ଜଣ ଏକାଠି ହେବା ଏବଂ ସର୍ବସାଧାରଣ ସ୍ଥାନରେ ୭ ଜଣ ଏକତ୍ର ବସିବା ଉପରେ କଟକଣା ଲାଗୁ କରାଯାଇଛି । ରାଜ୍ୟ ସରକାର ମଧ୍ୟ କରୋନା ଛଡା ଅନ୍ୟ କୌଣସି ସରକାରୀ ମିଟିଂ ହେବ ନାହିଁ ବୋଲି ଘୋଷଣା କରିଛନ୍ତି । ଏପରିକି କ୍ୟାବିନେଟ ମିଟିଂ ମଧ୍ୟ ଭିଡିଓ କନଫେରନ୍ସିଂ ମାଧ୍ୟମରେ କରାଯିବ ।
{"id":241639,"sizeSlug":"large"}ସେପଟେ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରେଷ୍ଟୁରାଣ୍ଟ, ବାର୍, କଫି ସପ୍, କ୍ୟାଣ୍ଟିନ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ୟାକ୍ସି, ଅଟୋରିକ୍ସା ଭଳି ପରିବହନ ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଜାରୀ ହୋଇଛି । ଅଟୋ, ଟ୍ୟାକ୍ସି ଦିନେ ଛଡ଼ା ଦିନେ ଯାତାୟତ କରିବେ । ଜୟନ୍ତୀ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । SC/ST ଛାତ୍ରାବାସକୁ ମାର୍ଚ୍ଚ ୨୫ରୁ ଜୁନ ୧୫ ଯାଏ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଛାତ୍ରଛାତ୍ରୀଙ୍କୁ ୩ ମାସ ଆଗୁଆ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ ।
{"id":241640,"sizeSlug":"large"}ସେହିଭଳି ଭୁବନେଶ୍ବରରେ ମଧ୍ୟ କରୋନା ମୁକାବିଲା ପାଇଁ କ୍ୱାରେଣ୍ଟାଇନ ସେଣ୍ଟର ଖୋଲାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଡାକ୍ତର ଏବଂ ସ୍ବସ୍ଥ୍ୟକର୍ମୀଙ୍କ ସେବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ସଚେତନ ଏବଂ ସତର୍କତା ହିଁ ଏହି ମହାମାରୀ କବଳରୁ ରାଜ୍ୟକୁ ବଞ୍ଚାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।