ମାଛଧରାକୁ କେନ୍ଦ୍ର କରି ମାର ପିଟ୍, ଦୁଇ ପରିବାରର ୭ ଜଣ ଗୁରୁତର
10/12/2022 at 10:35 PM

ବାଲିପାଟଣା: ମାଛଧରାକୁ କେନ୍ଦ୍ର କରି ମାରପିଟ୍ । ମାରପିଟ୍ରେ ଦୁଇ ପରିବାରର ୭ ଜଣ ଗୁରୁତର ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ମାର୍ଥାପୁର ଗ୍ରାମରେ । ଗ୍ରାମ ପାଖ ଦେଇ ଯାଇଥିବା ନିମାପଡ଼ା ଶାଖା କେନାଲ୍ରେ ଆଜି ମାଛ ଧରିବା ବେଳେ ଦୁଇ ପରିବାରରେ ମଧ୍ୟରେ ବଚସା ହୋଇଥିଲା । ଏ ନେଇ ଗୋଟିଏ ପକ୍ଷ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ ।
ଥାନାରୁ ଫେରିବା ପରେ ସଂଧ୍ୟା ସମୟରେ ପୁନର୍ବାର ୨ ପରିବାର କଥା କଟାକଟି ଏବଂ ପରେ ମାର୍ ପିଟ୍ ହୋଇଥିଲେ । ଏଥିରେ ଦୁଇ ପରିବାର ଉଭୟଙ୍କ ମଧ୍ୟରେ ମାରଣାସ୍ତ୍ରରେ ଆକ୍ରମଣ କରି ୭ ଜଣ ଗୁରୁତର ଆହତ ହୋଇ ପ୍ରଥମେ ବାଲିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି। ଆହତ ମାନେ ହେଲେ କୈଳାସ ମଲ୍ଲିକ୍ , ପିତବାସ ମଲ୍ଲିକ୍, କୁନ୍ତଳା ମଲ୍ଲିକ, ଫିଲୁ ମଲ୍ଲିକ୍, ଶ୍ରାବଣି ମଲ୍ଲିକ୍ , ବର୍ଷାରାଣି ମଲ୍ଲିକ୍ , ଏବଂ କୁଶୁମ ମଲ୍ଲିକ୍ । ଖବର ପାଇ ବାଲିପାଟଣା ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତି ସଦଳବଳେ ମେଡିକାଲ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।