ଦିଲ୍ଲୀରେ ୬ ମାସ ଭିତରେ ହେବ ୭ଟି ନୂଆ ଅତ୍ୟାଧୁନିକ ହସ୍ପିଟାଲ: ସବୁ ବେଡ଼ରେ ରହିବ ଆଇସିୟୁ ସୁବିଧା, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 18, 2021 IST

ନୂଆଦିଲ୍ଲୀ ୧୮/୧୦ : ଦିଲ୍ଲୀ ସରକାର ଏବେ ୭ଟି ନୂଆ ଡାକ୍ତରଖାନା ତିଆରି କରିବାର ଯୋଜନାରେ ଅଛନ୍ତି । ଏହି ଡାକ୍ତରଖାନା ଗୁଡ଼ିକରେ ୬ ହଜାର ୮୦୦ଟି ଶଯ୍ୟା ରହିବ। ଏହି ହସ୍ପିଟାଲଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗାମୀ ୬ ମାସ ଭିତରେ ଶେଷ ହେବାର ଲକ୍ଷ ରହିଛି। ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୨୭୫ କୋଟି ଟଙ୍କା ମୂଲ୍ୟର ତିଆରି ହେଉଥିବା ୧୪୩୦ ଶଜ୍ୟା ବିଶିଷ୍ଠ ଏକ ସରକାରୀ ଡାକ୍ତରଖାନାର ଶିଳାନ୍ୟାସ କରିଛନ୍ତି। ଏହି ଡାକ୍ତରଖାନାଟି ଉତ୍ତର ଦିଲ୍ଲୀର ସାଲିମାରବାଗ୍‌ରେ ତିଆରି ହେଉଛି। ଏହି ଅବସରରେ କେଜିରିୱାଲ କହିଛନ୍ତି ଏହି ନିର୍ମାଣ ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିବ ଯେ ଆସନ୍ତା ୬ ମାସ ଭିତରେ ୬,୮୦୦ ଶଜ୍ୟା କ୍ଷମତା ବିଶିଷ୍ଟ ୭ଟି ନୂଆ ସରକାରୀ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ଦିଲ୍ଲୀ ସରକାର ସମ୍ପୁର୍ଣ୍ଣ କରିବ। ସମସ୍ତ ହସ୍ପିଟାଲ ଗୁଡ଼ିକ ଦିଲ୍ଲୀର ବିଭିନ୍ନ ପ୍ରାନ୍ତରେ ନିର୍ମାଣ କରାଯିବ। ପୂର୍ବେ ଡାକ୍ତରଖାନାର ଏକ ଶଜ୍ଜ୍ୟା ପ୍ରସ୍ତୁତ କରିବା ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା, କିନ୍ତୁ ଆମ ସରକାର ଏହାକୁ ମାତ୍ର ୨୦ଲକ୍ଷ ଟଙ୍କାରେ କରୁଛି।

{"id":529129,"sizeSlug":"full","linkDestination":"none"}

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ସାଲିମାରବାଗରେ ୧୪୩୦ ଶଯ୍ୟା ବିଶିଷ୍ଠ ମେଡ଼ିକାଲ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ କରୋନା ସମୟରେ ସାରା ଦୁନିଆର ଚିକକିତ୍ସା ସୁବିଧାର ଆବଶ୍ୟକତାକୁ ଅନୁଭବ କରିଛି। ‘‘ମୁ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଉଛି ସେମାନଙ୍କ ସରକାର ପ୍ରଥମ ଦିନରୁ ଡାକ୍ତରଖାନା ଓ ଚିକିତ୍ସା ସୁବିଧାକୁ ମଜବୁତ କରିବା ପାଇଁ କାମ କରୁଛନ୍ତି।’’

ମେଡ଼ିକାଲର ଶୀଳାନ୍ୟାସ କରିବା ବେଳେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ‘‘ଆମେ ଏଭଳି ସିଷ୍ଟମ ତିଆରି କରିବୁ ଯେଉଁଥିରେ ଦିଲ୍ଲୀର ସମସ୍ତ ନାଗରିକମାନଙ୍କର ସ୍ୱାସ୍ଥ୍ୟ କାର୍ଡରେ ସମସ୍ତ ସ୍ୱାସ୍ଥ୍ୟ ବିବରଣୀ ରହିବ। ମୋ ଜାଣିବାରେ ଅନ୍ୟ କେଉଁଠି ଏହି ବ୍ୟବସ୍ଥାକୁ ଆପଣା ଯାଇ ନାହିଁ।

କେଜିରୱାଲ କହିଛନ୍ତି ଭଗବାନ ଆମ ଦିଲ୍ଲୀର ନାଗରିକମାନଙ୍କୁ କରୋନା ଦାଉରୁ ରକ୍ଷା କରିଛନ୍ତି। ଯଦି କରୋନାର ତୃତୀୟ ଲହର ଆସେ ତେବେ ସରକାର ଦାୟୀ ରହିବେ ସେଥିପାଇଁ ଆମ ସରକାର ଲୋକଙ୍କ ପାଇଁ ମହତ୍ତ୍ୱ ପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛି। ଏପ୍ରିଲ ମାସରେ ଯେତେବେଳେ କରୋନାର ଦ୍ୱିତୀୟ ଲହର ଆସିଥିଲା ସେହି ସମୟରେ ସବୁଠାରୁ ଅଧୀକ ମେଡ଼ିକାଲରେ ସାଧାରଣ ବେଡ ଆଇସିୟୁ ବେଡ୍‌ ଓ ଅମ୍ଳଯାନର ଅଭାବ ଦେଖାଯାଇଥିଲା। ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ଏଭଳି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

{"id":529130,"width":690,"height":460,"sizeSlug":"full","linkDestination":"none"}

ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏହି ଡାକ୍ତରଖାନା ତିଆରି ହେଉଛି। ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଟୁଇଟ କରି ଜଣାଇଛନ୍ତି ଆମ ସରକାର ଦିଲ୍ଲୀରେ ରହୁଥିବା ଲୋକ ମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ବିଶିଷ୍ଟ ମେଡ଼ିକାଲ ତିଆରି କରୁଛନ୍ତି। ସାଲିମାର ବାଗରେ ହେଉଥିବା ମେଡ଼ିକାଲରେ ୧୪୩୦ଟି ଆଇସିୟୁ ଶଜ୍ଜ୍ୟା ରହିବ। ଏହାର ଆନୁମାନିକ ମୂଲ୍ୟ ୨୭୫ କୋଟି ଟଙ୍କା ଆକଳନ କରାଯାଇଛି। ଏହି ଡାକ୍ତରଖାନାଟି ଗ୍ରାଉଣ୍ଡ ଫ୍ଲୋରକୁ ଛାଡ଼ି ୨ଟି ଅପରେସନ ଥିଏଟର ସହିତ ଦୁଇ ମହଲା ବିଶିଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.