ଗଞ୍ଜାମରେ ଆହୁରି ୭ କୋଭିଡ-୧୯ ପଜିଟିଭ୍ ଚିହ୍ନଟ, ଭୁବନେଶ୍ୱରରେ ୩: ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ୨୧୯କୁ ବୃଦ୍ଧି

Published By : Prameya-News7 Bureau | May 07, 2020 IST

ଗଞ୍ଜାମ, ୦୭|୦୫| ରାଜ୍ୟରେ ପୁଣି ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତମାନେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆହୁରି ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୯ ଛୁଇଁଛି ।  ତେବେ ଆଜି ଗୋଟିଏ ଦିନରେ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

wp:core-embed/twitter {"url":"https://twitter.com/IPR_Odisha/status/1258390809885519872","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1258390809885519872
/wp:core-embed/twitter wp:core-embed/twitter {"url":"https://twitter.com/IPR_Odisha/status/1258391023673397251","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1258391023673397251
/wp:core-embed/twitter

ନୂଆ କରି ଗଞ୍ଜାମରୁ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ସୁରଟ ଫେରନ୍ତା ବୋଲି ଜଣାପଡିଛି । ସମସ୍ତ ସଂକ୍ରମିତଙ୍କ ବୟସ ଯଥାକ୍ରମେ ୪୩,୪୮,୨୫,୨୯,୩୯, ୨୫ ଓ ୬୦ ।

ସେହିପରି ରାଜଧାନୀରୁ ଚିହ୍ନଟ ହୋଇଥିବା ସଂକ୍ରମିତମାନେ ସୂର୍ଯ୍ୟନଗର, ଭିଏସଏସ ନଗର ଓ ମଞ୍ଚେଶ୍ୱରର ବୋଲି ଜଣାପଡିଛି ।

ଆଜି ସକାଳେ ରାଜ୍ୟରେ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମର ହୋଇଥିବା ବେଳେ ୩ଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଥିଲା । ତେବେ ଆଜି ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କୁ ମିଶାଇ ମୟୁରଭଞ୍ଜରେ ମୋଟ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି ।  ସେହିପରି ଅପରାହ୍ନରେ ବାଲେଶ୍ୱରରୁ ୨ଜଣ ଓ ଜଗତସିଂହପୁରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ବାଲେଶ୍ୱରରେ ମୋଟ ପଜିଟିଭ୍ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ଜଗତସିଂହପୁରରେ ୫କୁ ବୃଦ୍ଧି ପାଇଛି । ଏବେ ଗଞ୍ଜାମରେ ଆହୁରି ୭ ଓ ଭୁବନେଶ୍ୱରରେ ୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୯ରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.