ଜଳେଶ୍ବର ୧୨/୮: ରାତି ଗୋଟାଏରେ ପଡିଆରେ ବସି ଡକାୟତି ଯୋଜନା କରୁଥିଲେ ଡକାୟତ ଗ୍ୟାଙ୍ଗ । ଖବର ପାଇ ଅଚାନକ ରେଡ୍ କଲା ପୋଲିସ । ଏକ ବଡଧରଣର ଡକାୟତି ଯୋଜନା ପଣ୍ଡ କରିବା ସହ ୭ ଡକାୟତଙ୍କୁ ବାନ୍ଧିଛି ପୋଲିସ । ସେମାନଙ୍କ ନିକଟରୁ ୩ଟି ବନ୍ଧୁକ,୧୫ଟି ଅଫୁଟା ଗୁଳି,୬ଟି ମୋବାଇଲ,ଗୋଟିଏ ମାରୁତି ସ୍ବିଫ୍ଟ କାର୍,୩ଟି ବାଇକ,୪ଟି ନମ୍ବର ପ୍ଲେଟ,ଗୋଟିଏ ଗ୍ୟାସ କଟର୍,ନଗଦ ୩୬ଶହ ଟଙ୍କା ଜବତ କରିଛି ପୋଲିସ । ସାମ୍ବାଦିକ ସମ୍ମିଳନୀରେ ପୂରା ଘଟଣାର ଖୁଲାସା କରିଛନ୍ତି ବାଲେଶ୍ବର ଏସ୍ପି ସାଗରିକା ନାଥ ।
ଜଳେଶ୍ବର ଥାନା ଗୋବରଘଟା ପଞ୍ଚାୟତ ଦଶହରା ପଡିଆରେ ରବିବାର ରାତି ଗୋଟାଏ ସମୟରେ ୭ ଜଣିଆ ଡକାୟତି ଗ୍ୟାଙ୍ଗ ବଡ ଧରଣର ଡକାୟତି ପ୍ଲାନ କରୁଥିଲେ । ଏନେଇ ପଶ୍ଚିମବଙ୍ଗ ପୋଲିସ ଜଳେଶ୍ବର ଥାନାକୁ ସୂଚନା ଦେଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ଦଶହରା ପଡିଆରେ ରେଡ୍ କରିଥିଲା । ସେଠାରୁ ୭ ଜଣଙ୍କୁ ବାନ୍ଧିଛି ପୋଲିସ । ସେମାନଙ୍କ ମଧ୍ୟରୁ ୪ ଜଣ ପଶ୍ଚିମ ମେଦିନିପୁର ଜିଲ୍ଲାର, ୨ଜଣ ଜଳେଶ୍ବର ଥାନା ଅଞ୍ଚଳର ଓ ଜଣେ ଦିଲ୍ଲୀ ଅଞ୍ଚଶର ବୋଲି ସ୍ପଷ୍ଟ କରିଛି ପୋଲିସ ।