ଉତ୍ତର ପ୍ରଦେଶର ବାଣ କାରଖାନାରେ ବିସ୍ଫୋରଣ ; ୭ ମୃତ, ୩ ଆହତ
26/10/2018 at 6:35 PM

ଉତ୍ତର ପ୍ରଦେଶ ୨୬/୧୦ : ଉତ୍ତର ପ୍ରଦେଶ ବୁଦାଉନରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି | ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି |ଏହି ବିସ୍ଫୋରଣ ଅତ୍ୟନ୍ତ ଭୟଙ୍କର ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି | ବିସ୍ଫୋରଣରେ ବିଲଡିଂଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି | ଏବେ ଯାଏଁ ମଧ୍ୟ ଜଣେ ଭଙ୍ଗା ବିଲଡିଂ ତଳେ ଚାପି ହୋଇରହିଥିବା ଜଣାପଡିଛି | ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |
Related Posts
ଆମେରିକାକୁ ଚୀନର ନାଲିଆଖି, କହିଲା ତାଇବାନ ମାମଲାରେ ଦୂରେଇ ରୁହ
30 January 2023