AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଦ ବିରୋଧୀ ଆନ୍ଦୋଳନ ବେଳେ ମାଫିଆଙ୍କ ଆକ୍ରମଣ, ୭ ଆହତ ମେଡିକାଲରେ ଭର୍ତ୍ତି

21/02/2020 at 7:28 AM

ସୋର ୨୧।୨: ମଦ ମାଫିଆଙ୍କ ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି । ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମଦ ବିରୋଧୀ ଆନ୍ଦୋଳନକୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଓ ମଦ ମାଫିଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଫଳରେ ୭ ଜଣ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ପଂଚାୟତ ବାଉଁଶଖୁଣ୍ଟା ଗ୍ରାମରେ କିଛି ଦିନ ତଳେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରିଥିଲେ । ପୁଣି ଆଜି ସ୍ବୟଂ ସହାୟକ ଗୋଷ୍ଠୀର କିଛି ମହିଳାମାନେ ମଦ ବରୋଧୀ ଆନ୍ଦୋଳନ କରୁଥିଲା ବେଳେ ପୂର୍ବରୁ ରାଗ ରଖିଥିବା ମଦ ମାଫିଆ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳରେ ଲକ୍ଷ୍ମୀପ୍ରିୟା ଦାସ, ସୁଲୋଚନା ମାଝି, ମାନକା ମାଝି, ଯମୁନା ନାୟକ, ଦ୍ରୌପଦୀ ତରେଇ, ପୂର୍ଣ୍ଣଚନ୍ଦ୍ର ମଙ୍ଗଳ ଓ କୁନି ମଙ୍ଗଳ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

   Related Posts