ଭାରସାମ୍ୟ ହରାଇ ଓଲଟି ପଡିଲା ବୋଲେରୋ ; ୩ ଗୁରୁତର, ୪ ଆହତ
15/01/2019 at 2:09 PM

କଳାହାଣ୍ଡି ୧୫|୧: କଳାହାଣ୍ଡିରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ନବରଙ୍ଗପୁର ରାଇଘର ଜୁଡିଙ୍ଗ ଅଚଂଳର ବିଜେପି କର୍ମୀ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏକ ବୋଲେରୋରେ ଯାଉଥିଲେ । ୨୬ନମ୍ବର ଜାତୀୟ ରାଜପଥ ପାଷ୍ଟିକୁଡି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ବୋଲେରୋ । ଫଳରେ ବୋଲେରୋରେ ଥିବା ୩ଜଣ ଗୁରୁତର ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ସମସ୍ତ ବିଜେପି କର୍ମୀ ନବରଙ୍ଗପୁର ରାଇଘର ଜୁଡିଙ୍ଗ ଅଚଂଳର ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023