ନୂଆଦିଲ୍ଲୀ: ନେପାଳ ବସ୍ ଦୁର୍ଘଟଣା ମାମଲାରେ ୭ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ନଦୀରେ ବସ୍ ଭାସିଯିବା ଘଟଣାରେ ରେସକ୍ୟୁ ଅପରେସନ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ବି ୫୬ଜଣ ନିଖୋଜ ରହିଛନ୍ତି ।
ନେପାଳର ପୋଖେଡ଼ାରେ ଶୁକ୍ରବାର ସକାଳୁ ଭୁ-ସ୍ଖଳନ ହୋଇଛି । ଏହି ଲ୍ୟାଣ୍ଡ୍ ସ୍ଲାଇଡିଂ ଯୋଗୁ ନଦୀରେ ଦୁଇଟି ତୀର୍ଥଯାତ୍ରୀ ବସ୍ ଭାସିଯାଇଥିଲା । ଚିତବନ ଜିଲ୍ଲା ମୁଖ୍ୟ ଅଧିକାରୀଙ୍କ ଇନ୍ଦ୍ରଦେବ ଯାଦବ କହିଛନ୍ତି, କାଠମାଣ୍ଡୁ ଯାଉଥିବା ଆଞ୍ଜେଲ ବସ୍ ଏବଂ ରାଜଧାନୀରୁ ଗୌର ଯାଉଥିବା ଗଣପତି ବସ୍ ଭୁ-ସ୍ଖଳନରେ ତ୍ରିଶୁଳୀ ନଦୀରେ ଭାସିଯାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାଠମାଣ୍ଡୁ ଯାଉଥିବା ବସରେ ୨୪ଜଣ ଥିଲେ ଏବଂ ଅନ୍ୟ ବସରେ ୪୧ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ଶେଷ ସୂଚନା ସୁଦ୍ଧା ୭ଜଣ ଭାରତୀୟ ପ୍ରାଣ ହରାଇଥିଲା ସ୍ଥାନୀୟ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ।
#WATCH | Rescue and search operation underway after two buses carrying around 63 passengers were swept away into the Trishuli River due to a landslide on the Madan-Ashrit Highway in Central Nepal this morning.
— ANI (@ANI) July 12, 2024
(Source: Purushottam Thapa, DIG of the Armed Police Force, Nepal) pic.twitter.com/OqhYc6C6wz
ଜିଲ୍ଲାପାଳ ଇନ୍ଦ୍ରଦେବ ଯାଦବ କହିଛନ୍ତି, ଦୁଇଟି ବସରେ ମୋଟ୍ ୬୩ଜଣ ଯାତ୍ରୀ ଥିଲେ । ରେସକ୍ୟୁ ଟିମ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି । ମାତ୍ର ଲଗାତାର ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରପ୍ତ ହେଉଥିବା କହିଛନ୍ତି । ...