ସବୁଠାରୁ ଧନୀ ଆମେରିକୀୟଙ୍କ ମଧ୍ୟରେ ସାତ ଭାରତୀୟ: ଫୋବର୍ସ ଜାରି କଲା ତାଲିକା, ଶୀର୍ଷରେ ଜେଫ୍ ବେଜୋସ୍

Published By : Prameya-News7 Bureau | September 09, 2020 IST

ନ୍ୟୁୟର୍କ ୦୯/୦୯: ଫୋବର୍ସ ସବୁଠୁ ବିତ୍ତଶାଳୀ ଆମେରିକୀୟଙ୍କ ତାଲିକା ଜାରି କରିଛି। ୪୦୦ ଲୋକଙ୍କ ଏହି ତାଲିକାରେ ସାତଜଣ ଭାରତୀୟ-ଅଆମେରିକୀୟ ସ୍ଥାନ ପାଇଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ଆମେରିକାର ଜେଫ୍ ବେଜୋସ ପ୍ରଥମ ସ୍ଥାନରେ ରହିଛନ୍ତି। ଏପରିକି ଆମେରିକା ବିତ୍ତଶାଳୀ ତାଲିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସାମିଲ ଅଛନ୍ତି। ସବୁଠୁ ଧନୀ ଆମାଜନର ସଂସ୍ଥାପକ ଓ ସିଇଓ ଜେଫ ବେଜୋସଙ୍କ ସମୁଦାୟ ସମ୍ପତି ୧୭୯ ବିଲିଅନ ଡଲାର। ସେହିପରି ବିଲ୍ ଓ ମିଲିଣ୍ଡା ଗେଟସ ଫାଉଣ୍ଡେସନର ବିଲ ଗେଟସ୍ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଏହି ତାଲିକାରେ ସାତଜଣ ଭାରତୀୟ-ଆମେରିକୀୟ ଅଛନ୍ତି। ଏଥିରେ ସାଇବର ସିକ୍ୟୁରିଟି ଫାର୍ମ ଜେସ୍କେଲର ସିଇଓ ଜେ. ଚୌଧୁରୀ, ସିମ୍ପୋନି ଟେକ୍ନୋଲଜି ଗ୍ରୁପର ସଂସ୍ଥାପକ ଚେୟାରମ୍ୟାନ ରୋମେଶ ବାଧବାନୀ, ଅନଲାଇନ୍ ଡେଲିଭରି କମ୍ପାନି ଓ୍ବେଫେୟରର ସହ ସଂସ୍ଥାପକ ଓ ସିଇଓ ନୀରଜ ଶାହ, ସିଲିକନ୍ ଭ୍ୟାଲି ଭେଞ୍ଚୟ କ୍ୟାପିଟାଲ ଫାର୍ମ ଖୋସଲା ଭେଞ୍ଚର୍ସ ସଂସ୍ଥାପକ ବିନୋଦ ଖୋସଲା, ଶେରପାଲୋ ଭେଞ୍ଚର୍ସ ପାର୍ଟନର କବିତାର୍କ ରାମ ଶ୍ରୀରମ, ଏୟାରଲାଇନ୍ ଭେଟରନ୍ ରାକେଶ ଗଙ୍ଗବାଲ ଓ ଓ୍ବକର୍ଡ ସିଇଓ ଓ ସଂସ୍ଥାପକ ଅନୀଲ ଭୁସରି ସାମିଲ ଅଛନ୍ତି।

ଏହି ତାଲିକାରେ ଥିବା ୪୦୦ ଲୋକଙ୍କ ସମୁଦାୟ ସମ୍ପତି ୩୨ ବିଲିଅନ ଡଲାର। କରୋନା ମହାମାରୀ କାଳରେ ଆମେରିକୀୟ ବିତ୍ତଶାଳୀଙ୍କ ସମ୍ପତିରେ ଭାରି ବୃଦ୍ଧି ପରିଲକ୍ଷିତ ହୋଇଛି। ଗତବର୍ଷ ତୁଳନାରେ ୨୪୦ ବିଲିଅନ ଡଲାର ବୃଦ୍ଧି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.