ଭୟାବହ ଅଗ୍ନିକାଣ୍ଡ, ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା ୭ ବଖରା ଘର
25/02/2020 at 8:31 AM

କୃଷ୍ଣପ୍ରସାଦ ୨୫।୨: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ବାଲିନାସି ଗାଁରେ ଅଗ୍ନିକାଣ୍ଡ । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା ୭ ବଖରା ଘର । ଏହାସହ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।

ନିଆଁ ଲିଭାଇବା ସମୟରେ ଗାଁର ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ସେହିପରି ହାତରେ ନିଆଁ ପଡି ଅଗ୍ନିଶମ କର୍ମଚାରି ଚନ୍ଦନ ପ୍ରଧାନଙ୍କ ହାତ ପୋଡିଯାଇଛ । ୫ଟି ପରିବାର ବିପନ୍ନ ହୋଇ ଖୋଲା ଆକାଶ ତଳେ ରହିଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ନାହାନ୍ତି ।
Related Posts
ପାରିବାରିକ କଳହ ! ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ
30 January 2023