କରମା ଡାଳ ବିସର୍ଜନ ବେଳେ ପାଣିରେ ବୁଡି ୭ ଝିଅଙ୍କ ମୃତ୍ୟୁ: ସମସ୍ତଙ୍କ ବୟସ ୧୦ରୁ ୨୦ ବର୍ଷ
18/09/2021 at 3:06 PM

ଲାତେହାର ୧୮/୦୯ : ଝାରଖଣ୍ଡ ଲାତେହାରରେ ବଡ ଦୁର୍ଘଟଣା ଘଟିଛି। ଜିଲ୍ଲାର ବାଲୁମାଥରେ କରମା ଡାଳ ବିସର୍ଜନ ବେଳେ ପାଣିରେ ବୁଡି ୭ ଝିଅଙ୍କ ମୃତ୍ୟୁ ହୋଇଛି। ଘଟଣା ବାଲୁମାଥ ଥାନା ଅନ୍ତର୍ଗତ ଶେରେଗାଡ଼ା ଅଞ୍ଚଳର। ସୂଚନା ଅନୁଯାୟୀ, କରମା ଡାଳ ବିସର୍ଜନ ବେଳେ ୭ ଝିଅ ବୁଡି ଯାଇଛନ୍ତି। ମୃତକଙ୍କ ବୟସ ୧୦ ରୁ ୨୦ ବର୍ଷ ମଧ୍ୟରେ ରହିଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୩ ଝିଅ ଭଉଣୀ। ସମସ୍ତ ଝିଅ ମନନଡିହା ଅଞ୍ଚଳର। ଗ୍ରାମବାସୀଙ୍କ କହିବାନୁଯାୟୀ, ଟୋରି-ବାଲୁମାଥ-ଶିବପୁରୀ ରେଲୱେ ଲାଇନ ନିର୍ମାଣ ପାଇଁ ଖୋଲାଯାଇଥିବା ଗଭୀର ଗାତରେ ଝିଅମାନେ କରମା ଡାଳ ବିସର୍ଜନ କରିବାକୁ ଯାଇଥିଲେ। ଏତିକିବେଳେ ଦୁର୍ଘଟଣା ଘଟିଛି। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଝିଅମାନଙ୍କୁ ବାହାର କରିଥିଲେ। କିନ୍ତୁ ସେତେବେଳେ ୪ ଝିଅଙ୍କର ମୃତ୍ୟୁ ହୋଇସାରିଥିଲା। ଅନ୍ୟ ୩ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।
ମୃତକମାନେ ହେଲେ ରେଖା କୁମାରୀ(୧୮), ଲକ୍ଷ୍ମୀ କୁମାରୀ (୮), ମିନା କୁମାରୀ (୮), ପିଙ୍କି କୁମାରୀ(୧୫), ସୁଷମା କୁମାରୀ (୭), ସୁନିତା କୁମାରୀ (୧୭)| ସମସ୍ତଙ୍କ ଘର ମନନଡିହା।