ଗୌହାଟୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପ୍ରାଣ ହରାଇଲେ ୭ ଇଞ୍ଜିନିୟରିଂ ଛାତ୍ର
29/05/2023 at 6:51 PM

ନୂଆଦିଲ୍ଲୀ, ୨୯/୦୫: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଛାତ୍ରଙ୍କ ଜୀବନ। ଘଟଣା ଘଟିଛି ଆସାମ ଗୌହାଟୀର ଜଲୁକବାଡ଼ୀ ଅଞ୍ଚଳରେ। ଏଠାରେ ଏକ ଏସୟୁଭିରେ ଯାଉଥିବା ୭ ଛାତ୍ରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ରବିବାର ରାତିରେ ଦ୍ରୁତ ଗତିରେ ଆସୁଥିବା ଏକ ଏସୟୁଭି ଡିଭାଇଡରରେ ପିଟିହୋଇଥିଲା। କାର୍ର ବେଗ ଏତେ ଅଧିକ ରହିଥିଲା ଯେ ତାହା ଡିଭାଇଡର ପାର୍ କରି ରାସ୍ତାର ଅନ୍ୟ ପାର୍ଶ୍ବକୁ ପଡ଼ିଥିଲା। ଆଉ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଗାଡ଼ି ସହ ଧକ୍କା ହୋଇଥିଲା। ଯେଉଁଥିରେ ୬ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ୬ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଛାତ୍ରମାନେ ଅଜାରା ଆଡ଼କୁ ଯାଉଥିଲେ।

ଆହୁରି ପଢ଼ନ୍ତୁ: କୁଆଖାଇ ନଦୀରେ ବୁଡ଼ି ୨ ଇଞ୍ଜିନିୟରିଙ୍ଗ୍ ଛାତ୍ର ମୃତ
ତେବେ ଆହଙ୍କୁ ଗୌହାଟୀ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ (ଜିଏମସିଏଚ)ରେ ଭର୍ତ୍ତି କରାଯାଇଛି। ସେମାନେ ଚିକିତ୍ସାଧୀନ ଅଛନ୍ତି। ମୃତ ଛାତ୍ରମାନେ ଆସାମ ଇଞ୍ଜିନିୟରିଂ କଲେଜର ଛାତ୍ର ଏବଂ ସେମାନଙ୍କ ପରିଚୟ ମିଳିଥିବା ନେଇ କହିଛନ୍ତି ଗୌହାଟୀର ଜେଏମସି ବିଜୟ କୁମାର।

ଆହୁରି ପଢ଼ନ୍ତୁ: ବାୟୁସେନାର ଲଢ଼ୁଆ ଆପାଚେ ହେଲିକପ୍ଟରର ଜରୁରୀ ଅବତରଣ, ଯାନ୍ତ୍ରିକ ତ୍ରୁଟି ଆଶଙ୍କା
ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଘଟଣାରେ ଦୁଃଖପ୍ରକାଶ କରିଛନ୍ତି। ବିଶ୍ବ ଶର୍ମା ଟ୍ବିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଜିଏମସିଏଚ ଅଧିକାରୀଙ୍କୁ ଆହତଙ୍କ ଯଥାସମ୍ଭବ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ପୁଟିନଙ୍କ ସହ ରୁଦ୍ଧ ଦ୍ୱାର ବୈଠକ ପରେ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି ହେଲେ ବେଲାରୁସ ରାଷ୍ଟ୍ରପତି; ଋଷ ଭିଷ ଦେଇଥିବା ଅଭିଯୋଗ