ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା; ମାଟି ତଳେ ଚାପି ହୋଇ ୭ ମୃତ, ଅନେକ ଆହତ

Published By : Prameya-News7 Bureau | July 07, 2024 IST

ସୁରଟ: ଗୁଜରାଟ ସୁରଟରେ ଅଭାବନୀୟ ଘଟଣା । ଏକ ପାଞ୍ଚ ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡ଼ି ପଡ଼ିବା ଯୋଗୁ ୭ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଧ୍ବଂସାବଶେଷ ତଳେ ଫସିରହିଥିବା କୁହାଯାଉଛି । ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରିଖିଛନ୍ତି । ମୃତଦେହକୁ ଉଦ୍ଧାର କରାଯାଇଛି ।   

ସୂଚନା ଅନୁଯାୟୀ, ଶନିବାର ସୁଟର ସହରର ସଚିନ୍ ଇଲାକାରେ ୫ ମହାଲା ବିଲ୍ଡିଂ ଦବି ଯାଇଥିଲା । ଘର ଭୁଶୁଡ଼ିବା ଯୋଗୁ ଧ୍ବଂସାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୭ଜଣ ପ୍ରାଣ ହରାଇଥିବା ବେଳେ କିଛି ଲୋକ ମାଟି ତଳେ ଫସିରହିଛନ୍ତି । ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ସୁଟର ମହାନଗରର ମେୟର, ଡେପୁଟି ମେୟର ଏବଂ ବିଜେପି ବିଧାୟକ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନକୁ ତଦାରଖ୍ କରୁଛନ୍ତି । ଅଗ୍ନିଶମ ବାହିନୀ, ଏନଡିଆରଏଫ ଓ ଏସଡିଆରଏଫ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ମାଟି ତଳୁ ୭ ମୃତଦେହକୁ ବାହାର କରାଯାଇଛି । ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି । କିଛି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲ୍ଡିଂ କିପରି ଦବିଲା ସେନେଇ ସୁରଟ ନଗର ନିଗମ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । FSL ଟିମ୍ ଘଟଣାସ୍ଥଳରେ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି ।...  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.