ଖଣିରେ ମାଟି ଅତଡ଼ା ଭୁଶୁଡ଼ି ପଡ଼ିବାରୁ ଗଲା ୭ ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | December 02, 2022 IST

ରାୟପୁର: ଖଣିରେ ମାଟି ଅତଡ଼ା ଭୁସୁଡ଼ି ଚାପି ହୋଇ ୭ ଜଣଙ୍କର ଜୀବନ ଯାଇଛି। ଶୁକ୍ରବାର ଛତିଶଗଡ଼ ମାଲଗାଓରେ ଏଭଳି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟଜାରି ରହିଛି।

ଆଟି ଅତଡ଼ା ଖସିବା ପରେ ଖବର ପାଇଁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ ଓ ଏସ୍‌ଡିଆର୍‌ଏଫ୍ ଟିମ୍। ଏହାପରେ ତୁରନ୍ତ ଡେସିବି ଲଗାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି।

ମିଳିଥିବା ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି। ବର୍ତ୍ତମାନ ସୁଧା ମିଳିଥିବା ଖବର ଅନୁସାରେ, ଦୁଇଜଣ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇଛି।

ତେବେ ଘଟଣା କିପରି ଘଟିଲା ସେ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରି ନଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ମୃତକଙ୍କ ପାଇଁ କୌଣସି କ୍ଷତିପୂରଣ ଘୋଷଣା କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.