ଡକାୟତି ଯୋଜନା ପଣ୍ଡ : ୭ ଡକାୟତ ଗିରଫ
11/11/2018 at 10:34 AM

କୋରାପୁଟ ୧୧/୧୧: ଡକାୟତି ଉଦ୍ୟମ ଵେଳେ ୭ ଆନ୍ତଃରାଜ୍ୟ ଡକାୟତଙ୍କୁ କାବୁ କଲା ବୋରିଗୁମ୍ମା ପୋଲିସ।ଏମାନେ ସମସ୍ତେ ଜାତୀୟ ରାଜପଥ ୬୩ରେ ଯାଉଥିବା ଯାତ୍ରୀ ଙ୍କୁ ଲୁଟ କରିଵାକୁ ଉଦ୍ୟମ କରୁଥିଲେ। ଏମାନଙ୍କ ଠାରୁ ଅନେକ ମାରଣାସ୍ତ୍ର ସହ ୨ ଟି ଵୋଲେରୋକୁ ଜଵତ କରିଛି ପୋଲିସ।ଗିରଫ ଡକାୟତଙ୍କ ମଧ୍ୟରେ ୩ ଜଣ ମାଲକାନଗିରିର,୨ ଜଣ କୋଟପଡର ଏଵଂ ଆଉ ୨ ଜଣ ଛତିଶଗଡ଼ର ।ଏମାନେ ସମସ୍ତେ ଡକାୟତି ସହ ଚୋରା ଗଂଜେଇ କାରଵାରରେ ବି ସଂପୃକ୍ତି ଥିଵା କହିଛନ୍ତି ବୋରିଗୁମ୍ମା ଏସଡିପିଓ।ଗିରଫ ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି।
Related Posts
କଟକ ନରାଜ ନିକଟରେ ୪ଲକ୍ଷ ୬୦ହଜାର ୯ଶହ ୫୪ ଘନଫୁଟ ଜଳ ପ୍ରବାହିତ
15 August 2022
ଅଭାବନୀୟ : ଗଛରେ ଝୁଲୁଛି ମାଆ ଏବଂ ପୁଅଙ୍କ ମୃତଦେହ
15 August 2022