suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ୭ଟି କମ୍ପାନୀରେ ଚାକିରୀ କଲେ ତୁରନ୍ତ ମିଳିଥାଏ ଆମେରିକା ଭିସା, ଜାଣନ୍ତୁ କେଉଁ କେଉଁ କମ୍ପାନୀ

8/06/2019 at 1:26 PM

ଆମେରିକାକୁ ଦୁନିଆର ସବୁଠାରୁ ବିକଶିତ ଦେଶ ବୋଲି ବିବେଚନା କରାଯାଏ । ଯଦି ଆପଣ ମଧ୍ୟ ଆମେରିକାରେ ଚାକିରୀ କରିବା ସ୍ବପ୍ନ ଦେଖୁଛନ୍ତି ଏବଂ ଭିସା ମିଳୁନି ତାହେଲେ ଏହି ୯ଟି ବଡ ବଡ ଆଇଟି କମ୍ପାନୀ ଆପଣଙ୍କ ସ୍ବପ୍ନ ପୁରା କରିପାରିବ । ଏହି କମ୍ପାନୀ ଆପଣଙ୍କୁ H-1B ଭିସା ଦେଇପାରିବ । ଆମେରିକାରେ ଚାକିରୀ କରିବା ପାଇଁ ସେଠାକାର ଅନେକ ସରକାରୀ ବିଭାଗର ଅନୁମତି ନେବାକୁ ପଡିଥାଏ । ଆମେରିକାର ଶ୍ରମ ବିଭାଗ ଏମିତି ଏକ କମ୍ପାନୀଗୁଡିକର ତାଲିକା ଜାରି କରିଛି ଯେଉଁଠାରୁ ସବୁଠାରୁ ଅଧିକ କର୍ମଚାରୀଙ୍କୁ ଭିସା ମିଳିଥାଏ ।

ଏହି କମ୍ପାନୀମାନଙ୍କ ମଧ୍ୟରୁ ସବୁଠାରୁ ଉର୍ଦ୍ଧ୍ବରେ ରହିଛି ଏପଲ । ଏପଲ ଏକ ବିଶ୍ଵସ୍ଥରୀୟ କମ୍ପାନୀ । ଏହାର ବ୍ୟବସାୟ ଦୁନିଆ ସାରା ବିସ୍ତାର କରିଛି । ଅନେକ ଭାରତୀୟ ମଧ୍ୟ ଏପଲ କମ୍ପାନୀରେ ଚାକିରୀ କରୁଛନ୍ତି ଯେଉଁମାନଙ୍କୁ H-1B ଆବଶ୍ୟକ ପଡିଥାଏ । କମ୍ପାନୀ ସାହାଯ୍ୟରେ କର୍ମଚାରୀଙ୍କୁ H-1B ଭିସା ସହଜରେ ମିଳିଯାଇଥାଏ ।

ଦ୍ୱିତୀୟରେ ରହିଛି ଟିସିଏସ୍ । ଟିସିଏସ୍ ଏକ ଭାରତୀୟ ସଫ୍ଟୱେୟାର କମ୍ପାନୀ । ଏହାର ବ୍ୟବସାୟ ଆମେରିକା ଠାରୁ ଆରମ୍ଭ କରି ଅନେକ ଦେଶରେ ରହିଛି । ଟିସିଏସ୍ କମ୍ପାନୀ ଆମେରିକା ଯିବା ପାଇଁ ନିଜ କର୍ମଚାରୀଙ୍କୁ ଭିସା ଯୋଗାଇ ଦେଇଥାଏ ।

ଭାରତ ମହାଦାନୀଙ୍କ ମଧ୍ୟରୁ ଜଣେ ଅଜିମ ପ୍ରେମଜୀଙ୍କ କମ୍ପାନୀ ୱିପ୍ରୋ କମ୍ପାନୀ ଭାରତ ଏକ ସଫ୍ଟୱେୟାର କମ୍ପାନୀ । ବିଦେଶରେ ବିସ୍ତାରଲାଭ କରିଥିବା  ବ୍ୟବସାୟ ପାଇଁ କମ୍ପାନୀ ନିଜ କର୍ମଚାରୀଙ୍କୁ ସହଜରେ ଭିସା ଯୋଗାଇ ଦେଇଥାଏ ୱିପ୍ରୋ ।

ଇନଫୋସିସ୍ ଭାରତର ଅଗ୍ରଣୀ ସଫ୍ଟୱେୟାର କମ୍ପାନୀ । ଏହାର କାରବାର ପୁରା ବିଶ୍ୱରେ ବିସ୍ତାରଲାଭ କରିଛି । ଆମେରିକାରେ ନିଜ ଗ୍ରାହକଙ୍କ ସେବା ଯୋଗାଇ ଦେବା ପାଇଁ ଇନଫୋସିସ୍ ନିଜ ଇଂଜିନିୟରଙ୍କୁ ସେଠାରେ ଚାକିରୀ ଦେଇଥାଏ । କର୍ମଚାରୀଙ୍କ ଭିସା ବ୍ୟବସ୍ଥା କମ୍ପାନୀ ନିଜେ କରିଥାଏ ।

କଙ୍ଗନିଜେଣ୍ଟ ଟେକ୍ନୋଲୋଜି ମଧ୍ୟ ବିଶ୍ୱ ସ୍ଥରୀୟ ଆମେରିକୀୟ କମ୍ପାନୀ । ଏହାର ଅନେକ ବ୍ରାଞ୍ଚ ଭାରତରେ ରହିଛି । ଏହି କମ୍ପାନୀରେ ଅନେକ ଭାରତୀୟ ମଧ୍ୟ କାମ କରନ୍ତି । କର୍ମଚାରୀଙ୍କ ଭିସା ବ୍ୟବସ୍ଥା ମଧ୍ୟ କମ୍ପାନୀ ନିଜେ କରିଥାଏ ।

ଆମାଜନର କାରବାର ଆମେରିକାରୁ ଆରମ୍ଭ କରି ଭାରତ ଏବଂ ଅନେକ ଦେଶରେ ବିସ୍ତାରଲାଭ କରିଛି । ଏଥିପାଇଁ କମ୍ପାନୀ କର୍ମଚାରୀଙ୍କୁ ଆମେରିକାକୁ ମଧ୍ୟ ପଠାଇଥାଏ । ନିଜ କର୍ମଚାରୀଙ୍କ ପାଇଁ ଆମେରିକା ଭିସା ଯୋଗାଇ ଦେବା ପାଇଁ କମ୍ପାନୀ ନିଜେ ସାହାଯ୍ୟ କରିଥାଏ ।

କ୍ୱାଲକମ ଏକ ମଲ୍ଟିନ୍ୟାସନାଲ କମ୍ପାନୀ । ଏହି କମ୍ପାନୀ ଟେଲି କମ୍ୟୁନିକେସନ ଜିନିଷ ତିଆରି କରିଥାଏ । ଏହି କମ୍ପାନୀ ମଧ୍ୟ ନିଜ କର୍ମଚାରୀଙ୍କୁ ଭିସା ଯୋଗେଇ ଦେବା ପାଇଁ ପୁରା ସାହାଯ୍ୟ କରିଥାଏ । 

   Related Posts