ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ

Published By : Prameya-News7 Bureau | December 07, 2022 IST

ସୋନପୁର ୦୭/୧୨: ସୋନପୁର ବ୍ୟାଙ୍କ ଅଫ ବରୋଦାରୁ ନକଲି ସୁନା ଦେଇ ସୁନା ରଣ କରି ୫୨ ଲକ୍ଷ ୮୩ ହଜାର ୧ଶହ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ପୋଲିସ ୭ଜଣଙ୍କୁ ଗିରଫ କରିଛି ।

ସୋନପୁର ଥାନାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ତେବେ ବ୍ୟାଙ୍କର ବଣିଆ ସୁନାର ସ୍ୱଚ୍ଛତା ସାର୍ଟିଫିକେଟ ଦେଇଥିବାରୁ ଏହି ଠକେଇ ହୋଇ ପାରିଥିବା ସୂଚନା ମିଳିଛି । ତେବେ ଏହି ଠକେଇ ଘଟଣାରେ ଆଉ ଅନ୍ୟ ଦୁଇ ଅଭିଯୁକ୍ତ ଅଛନ୍ତି । ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଏହି ବ୍ୟାଙ୍କ ରେ ପୂର୍ବରୁ ପିଓ ଥିବା ସୌମ୍ୟ ରଞ୍ଜନଙ୍କ କାର୍ଯ୍ୟକୁ ନେଇ ମଧ୍ୟ ସନ୍ଦେହ ଥିବା ଏସପି କହିବା ସହିତ ତାଙ୍କୁ ମଧ୍ୟ ନୋଟିସ କରି ଡ଼କାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.