ଚୋରା ଚାଲାଣ ବେଳେ ୭୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ଟ୍ରକ୍, ଟ୍ରାକ୍ଟର ଓ ଅଟୋ ସହ ୬ ଗିରଫ

Published By : Prameya-News7 Bureau | July 04, 2021 IST

ମୁନିଗୁଡା ୪।୭: ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ବଡ ସଫଳତା । ଟ୍ରକରେ ରାଜସ୍ଥାନ ଆଜମେରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଲୋଡିଂ ହେଉଥିବା ବେଳେ ଢେପାଗୁଡା ନିକଟରେ ଚଢାଉ କରିଥିଲା ପୋଲିସ । ଘଟଣାରେ ୬ ଜଣ ଚୋରା ଚାଲାଣକାରୀକୁ ଗିରଫ କରିବା ସହ ବ୍ୟବହୃତ ଟ୍ରକ୍, ଟ୍ରାକ୍ଟର, ଅଟୋ ସହ ୭.୮ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ।

{"id":475262,"sizeSlug":"large","linkDestination":"none"}

ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଗିରଫ ଚାଲାଣକାରୀ ମଧ୍ୟରେ ଜବତ ଟ୍ରକ୍‌ର ମାଲିକ, ଡ୍ରାଇଭର ଓ ସ୍ଥାନୀୟ ୪ ଜଣ ବ୍ୟବସାୟୀ ଅନ୍ତର୍ଭୁକ୍ତ । ଟ୍ରକ୍‌ଟି ବିଶାଖାପାଟଣାରୁ ଫେରୋ ନିକେଲ ନେଇ ରାଜସ୍ଥାନର ଆଜମେରକୁ ଯାଉଥିବା ବେଳେ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ମୁନିଗୁଡା ଏସଡିପିଓ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.