ଭୂମିକମ୍ପ ପରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, ତୁର୍କୀ ଓ ସିରିଆରେ ୩୦୦ ଅଧିକ ମୃତ, ମାଟି ତଳେ ଫଶି ରହିଛନ୍ତି ଅନେକ
6/02/2023 at 11:55 AM

ନୂଆଦିଲ୍ଲୀ: ତୁର୍କୀର ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ତୁର୍କୀ ଓ ସିରିଆର ଅନେକ ପ୍ରାନ୍ତରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ମାଟି ତଳେ ଦବି ରହିଛନ୍ତି । ପ୍ରାୟ ୫୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ମାଟି ତଳୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ ।
Northwestern #Syria — #Idlib & #Aleppo in particular — have suffered 12yrs of brutal conflict. More than 65% of the basic infrastructure of the area is destroyed or heavily damaged.
— Charles Lister (@Charles_Lister) February 6, 2023
Tonight’s earthquake couldn’t have hit a more vulnerable region.
An absolute disaster. https://t.co/UQXzDSSd6i
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଏଯାଏଁ ତୁର୍କୀରେ ନୁଗର୍ଦ ଅଞ୍ଚଳରେ ପ୍ରାୟ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ବୋଲି ଆଶଙ୍କା ଲଗାଯାଉଛି । ପ୍ରାଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାଲଟ୍ୟା ପ୍ରାନ୍ତରେ ୨୩ଜଣ, ଇରଫାରେ ୧୭ଜଣ, ଓସମାନିଆରେ ୭ ଏବଂ ଦିୟାରବାକିରରେ ୬ଜଣ ପ୍ରାଣ ହରାଇଛନ୍ତି । ଅନେକ ଲୋକ ମାଟି ତଳେ ଦବି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଆଶଂକା କରାଯାଇଛି । ସେହିପରି ସିରିଆରେ ଉଚ୍ଚ ଅଟ୍ଟାଳିକା ଭାଙ୍ଗିବା ଯୋଗୁ ମାଟି ତଳେ ଦବି ହୋଇ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଏବେ ଫଶି ରହିଛନ୍ତି । ସେହିପରି ଭୂମିକମ୍ପରେ ପ୍ରାୟ ୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାରକାରୀ ଦଳ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ଏବେ ଅନେକ ସ୍ଥାନରେ ଉଦ୍ଧାର କାମ ଜାରି ରହିଛି ।
Massive #earthquake registered M7.8 hit the middle of Turkey. pic.twitter.com/mdxt53QlQ0
— Asaad Sam Hanna (@AsaadHannaa) February 6, 2023
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ମୁତାବକ, ସୋମବାର ସକାଳେ ଦକ୍ଷିଣ ତୁର୍କୀର ଗଜିୟାଣ୍ଟେପରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳୀରେ ନୁଗର୍ଦ ଠାରୁ ୨୩ କିଲୋମିଟର ଦୂରରେ ରହିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭କିଲୋମିଟର ଗଭୀରତାରେ ରହିଛି । ସରିଆର କିଛି ପ୍ରାନ୍ତରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଛି । ଏବି ଶକ୍ତିଶାଳୀ ଭୂକମ୍ପରେ ତୁର୍କୀର ନୁଗର୍ଦ ଅଞ୍ଚଳରେ ବଡ଼ ବିଲ୍ଡିଂ ମାନ ଭୂଶୁଡ଼଼ି ମାଟିରେ ମିଶିଛି । ସେହିପରି ସିରିଆରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ତୁର୍କୀର ଭୂମିକମ୍ପ ହୋଇଥିବା ପ୍ରାନ୍ତରେ ପ୍ରାୟ ୨୦ରୁ ଅଧିକ ଜନବସତି ରହିଛି । ଏଥିମଧ୍ୟରୁ ପ୍ରାୟ ୫ ଲକ୍ଷ ସିରିଆର ଶରଣାର୍ଥି ରହିଛନ୍ତି । ଜନବସତି ଅଞ୍ଚଳର ଭୟଙ୍କର ଭୂମିକମ୍ପ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି ।