Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଷଷ୍ଠ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ଆଓ୍ବାର୍ଡ, ଗୁରୁବାର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଭାଙ୍କୁ କରାଯିବ ସମ୍ମାନିତ  

8/02/2023 at 9:54 AM

ଭୁବନେଶ୍ବର ୦୮/୦୨: ଷଷ୍ଠ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ । ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୨ ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ ୧୦ଜଣ ଯୁବ ଲେଖକଙ୍କୁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି । ସମସ୍ତ ଯୋଗ୍ୟ ଯୁବ ଲେଖକଙ୍କୁ ଆସନ୍ତାକାଲି ତଥା ଗୁରବାର ଏକ ସ୍ବତନ୍ତ୍ର ସମାରୋହରେ ସମ୍ମାନିତ କରାଯିବ । ଏନେଇ ସୂଚନା ଦେଇଛନ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ।

୨୦୧୭ ମସିହାଠାରୁ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଛଛି । ସାହିତ୍ୟ ଯୁବପୀଢୀଙ୍କୁ ଯାଗ୍ରତ କରିବା ପାଇଁ ଲେଖକ ଲେଖିକାଙ୍କ ଅପ୍ରକାଶିତ ପାଣ୍ଡୁଲିପି ପାଇଁ ପ୍ରଦାନ କରାଯାଇଥାଏ। ଷଷ୍ଠ ସଂସ୍କରଣ ପାଇଁ ମୋଟ୍ ୯୪ଜଣ ଲେଖକ ସେମାନଙ୍କର ପାଣ୍ଡୁଲିପି ଆବେଦନ କରିଛନ୍ତି । ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ଦ୍ବାରା ୧୦ଟି ପାଣ୍ଡୁଲିପିକୁ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି ।

ଷଷ୍ଠ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ପାଇଁ ୪ଟି ଉପନ୍ୟାସ, ୩ଟି କବିତା ସଂକଳନ ଓ ୨ଟି ଗଳ୍ପ ଓ ଗୋଟିଏ ପ୍ରବନ୍ଧ ସଂକଳନ ରହିଛି । ଉପନ୍ୟାସ ପାଣ୍ଡୁଲିପି ‘ଯୁଯୁତ୍ସା’ ପାଇଁ ଅଳଙ୍କାର ଆଚାର୍ଯ୍ୟ, ଉପନ୍ୟାସ ପାଣ୍ଡୁଲିପି ‘ନିରବତା’ ପାଇଁ ସୋନାଲି ଗଡ଼ନାୟକ, ଉପନ୍ୟାସ ପାଣ୍ଡୁଲିପି ‘ନହକା ଆକାଶ’ ପାଇଁ ବିଭୁ ହୋତା, ଗଳ୍ପ ପାଣ୍ଡୁଲିପି ‘ଜୀବନର ଚଉହଦି’ ପାଇଁ ଭୁବନେଶ୍ବରୀ ପଣ୍ଡା, ପ୍ରବନ୍ଧ ପାଣ୍ଡୁଲିପି ‘ବାଧିଲା ଜାଣି କ୍ଷମା’ ପାଇଁ ନିଖିଳେଶ ମିଶ୍ର, କବିତା ପାଣ୍ଡୁଲିପି ‘ଗୃହବନ୍ଦୀରେ ଈଶ୍ବର’ ପାଇଁ ରୂପେଶ ସାହୁ, ଗୀତିକବିତା ପାଣ୍ଡୁଲିପି ‘ସୂଚୀପତ୍ର’ ପାଇଁ ବିନୟ ଭୂଷଣ ମହାପାତ୍ର, ଗଳ୍ପ ପାଣ୍ଡୁଲିପି ‘ଆକାଶର ସହଯାତ୍ରା’ ପାଇଁ ସ୍ମୃତିଲଗ୍ନା ନନ୍ଦ, ଉପନ୍ୟାସ ପାଣ୍ଡୁଲିପି ‘ମୁକ୍ତା’ ପାଇଁ ଦେବାଶିଷ ପଣ୍ଡା ଓ କବିତା ପାଣ୍ଡୁଲିପି ‘ରମାଦେବୀରେ ବର୍ଷା’ ପାଇଁ ସ୍ବୟଂ ସମ୍ପର୍ଣ୍ଣା କରଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ପୁରସ୍କାର ସମୋରାହ ପରେ ଏସବୁ ପାଣ୍ଡୁଲିପି ପେନ୍ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶ ପାଇବ।

ଏହି ସମାରୋହରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଭୂଷଣ ଡ. ପ୍ରତିଭା ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବ ଲେଖକମାନଙ୍କୁ ପୁରସ୍କାର ପ୍ରଦାନ କରିବେ । ସେହିପରି ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି ଡ. ଗାୟତ୍ରୀବାଳା ପଣ୍ଡା ଯୋଗଦେବେ। ଏହି ଅବସରରେ ୫ମ ସଂସ୍କରଣରେ ପୁରସ୍କୃତ ଲେଖକମାନଙ୍କ ବହିଗୁଡ଼ିକ ମଧ୍ୟ ଉନ୍ମୋଚନ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

   Related Posts