୮ବର୍ଷ ମଧ୍ୟରେ ୬୯୮ ହାତୀ ଓ ୫୫ ବାଘଙ୍କ ମୃତ୍ୟୁ : ଗୃହରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Published By : Prameya-News7 Bureau | October 03, 2023 IST

ଭୁବନେଶ୍ବର ୩।୧୦: ୨୦୧୫-୧୬ ଠାରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ଏପର୍ଯ୍ୟନ୍ତ ୬୯୮ଟି ହାତୀ, ୪୮ଟି କଲରାପତରିଆ ବାଘ ଓ ୭ଟି ମହାବଳ ବାଘର ମୃତ୍ୟୁ ହୋଇଛି । ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡକ ଦୁର୍ଗଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି ମୁଖ୍ୟ କାରଣ ଯୋଗୁଁ ମୃତ୍ୟୁ ପ୍ରମୁଖ କାରଣ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଉତ୍ତର ରଖିଛନ୍ତି ।

୨୦୧୫ରୁ ୨୦୨୩ ମସିହା ପର୍ଯ୍ୟନ୍ତ କେତେ ସଂଖ୍ୟକ ହାତୀ ଓ ବାଘଙ୍କ ମୃତ୍ୟୁ ଘଟିଲାଣି ଓ କେଉଁ କେଉଁ ମୁଖ୍ୟ କାରଣରୁ ସେମାନେ ମୃତ୍ୟୁମୁଖରେ ପଡୁଛନ୍ତି ତାର ନିରାକରଣ କରିବା ପାଇଁ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଶ୍ନ କରିଥିଲେ ବିଧାୟକ ପ୍ରଫୁଲ ସାମଲ ।

You Can Read :

wp:embed {"url":"https://www.prameyanews7.com/union-minister-anurag-thakur-addresses-press-conference-at-state-party-office/","type":"wp-embed","providerNameSlug":"prameya-news-7"}
https://www.prameyanews7.com/union-minister-anurag-thakur-addresses-press-conference-at-state-party-office/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.