Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଝାଡ଼ଖଣ୍ଡ ଚାଷୀ ଓ ଚାଷ ପାଇଁ ଅଶୁଭ ସଂକେତ; ଉର୍ବରତା ହରାଉଛି ଜମି, ୬୯% ଜମି ଅନୁର୍ବର

4/06/2022 at 7:04 PM

ରାଞ୍ଚି: ଝାରଖଣ୍ଡ ତାର ପ୍ରାକୃତିକ ଓ ଐତିହାସିକ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ପରିଚିତ। ଏହି କୃଷି ପ୍ରଧାନ ରାଜ୍ୟର ଉର୍ବର ସବୁଜ ଭୂଖଣ୍ଡ ଓ ଝରଣା ରାଜ୍ୟକୁ ସୁନ୍ଦର କରି ଗଢ଼ି ତୋଳିଥିବା ବେଳେ ଏବେ ରାଜ୍ୟ ପାଇଁ ଅଶୁଭ ସଂକେତ ମିଳିଛି। ଝାଡ଼ଖଣ୍ଡ ଭୂମିର ମାନ ଧୀରେ ଧୀରେ ହ୍ରାସ ପାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି।

କେନ୍ଦ୍ର ବିଜ୍ଞାନ ଓ ପରିବେଶ ବିଭାଗ (CSE) ଭୂମିର ମାନ ନିର୍ଦ୍ଧାରଣ ପାଇଁ ଏକ ଗବେଷଣା କରିଥିଲା। ଏଥିରେ ଜଣାପଡ଼ିଛି ଯେ ଝାଡ଼ଖଣ୍ଡ ମାଟି ଦ୍ରୁତଗତିରେ ଉର୍ବରତା ହରାଉଛି। ଏହି ସର୍ଭେରେ ୩୦ ପ୍ରତିଶତରୁ ଅଧିକ ଅନୁନ୍ନତ ଜମି ଥିବା ୩ ଶୀର୍ଷ ରାଜ୍ୟ ମଧ୍ୟରେ ଝାଡ଼ଖଣ୍ଡ ରହିଛି। ଯାହା ରାଜ୍ୟ ପାଇଁ ଚିନ୍ତାଜନକ ବିଷୟ। କାରଣ କେବଳ ଝାଡ଼ଖଣ୍ଡରେ ଅନୁନ୍ନତ ଜମି ପରିମାଣ ୬୯% ରହିଛି।

ଝାଡ଼ଖଣ୍ଡ ଜମିର ଉତ୍ପାଦକତା ହ୍ରାସ ପାଇବା ରାଜ୍ୟର ଚାଷୀମାନଙ୍କ ପାଇଁ ଆଦୌ ଭଲ ସଂକେତ ନୁହେଁ। କାରଣ କୃଷି ଓ ଚାଷ ରାଜ୍ୟର ମେରୁଦଣ୍ଡ। କେବଳ ନିଜ ରାଜ୍ୟ ନୁହେଁ ପଡ଼ୋଶୀ ରାଜ୍ୟକୁ ମଧ୍ୟ ଝାଡ଼ଖଣ୍ଡ ନିଜ ଉତ୍ପାନଦରେ ସହଯୋଗ କରିଥାଏ।  ସେହି ରାଜ୍ୟରେ ଏଭଳି ସଂକେତ କୃଷି ଓ କୃଷକଙ୍କ ପାଇଁ ଆଦୌ ଭଲ ଲକ୍ଷଣ ନୁହେଁ।

   Related Posts