ପାଠପଢା ଜିଦ୍ ଆଗରେ ହାର ମାନିଲା ବାର୍ଦ୍ଧକ୍ୟ, ୬୭ ବର୍ଷ ବୟସରେ ହାସଲ କଲେ ଡକ୍ଟରେଟ

Published By : Prameya-News7 Bureau | June 26, 2021 IST

ଭଦୋଦ୍ରା ୨୬/୬ : ପାଠ ପଢିବାର ନଥାଏ କୌଣସି ବୟସ ସୀମା । ଯଦି ପଢିବାର ଇଚ୍ଛା ଥାଏ ତାହେଲେ ପିଲା ହେଉ ଅବା ବୃଦ୍ଧ ସମସ୍ତେ ଆଗେଇ ଆସନ୍ତି । କୁହାଯାଏ ମଣିଷ ନିଜର ଇଚ୍ଛା ଶକ୍ତି ବଳରେ ସବୁ ଅସମ୍ଭକୁ ସମ୍ଭବ କରିଦିଏ । ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଭଦୋଦ୍ରାରେ । ଜଣେ ମହିଳାଙ୍କ ଜିଦ ଆଗର ହାର ମାନିଛି ବାର୍ଦ୍ଧକ୍ୟ । ଭଦୋଦ୍ରାରେ ରହୁଥିବା ୬୭ ବର୍ଷୀୟ ଉଷାବେନ୍ ଲୌଡାୟା ନାମନ ଜଣେ ମହିଳା ଡକ୍ଟରେଟ ଉପାଧି ହାସିଲ କରିବା ସହ ପ୍ରମାଣ କରି ଦେଖାଇଛନ୍ତି ଯେ, ପାଠପଢାର କୌଣସି ବୟସ ନଥାଏ ।

ଉଷାବେନ୍ ଗତ ୧୦ ବର୍ଷ ହେବ ତାଙ୍କ ଗୁରୁ ଜାୟଦର୍ଶୀ ଦାସ ମହାରାଜଙ୍କ ନିକଟରୁ ଧର୍ମ ଶିକ୍ଷା ଗ୍ରହଣ କରୁଥିଲେ । ତାଙ୍କ ଗୁରୁଙ୍କ ପ୍ରେରଣା ପାଇ ସେ ଶତ୍ରୁଜୟ ଏକାଡେମୀରେ ପାଠ ପଢା ଆରମ୍ଭ କରିଥିଲେ । ୫ ବର୍ଷ ପୂର୍ବେ "ଭାବନା" ବିଷୟରେ ସେ ଥେସିସ ଲେଖିବା ଆରମ୍ଭ କରିଥିଲେ । ଆଉ ୫ ବର୍ଷ ସେ ଥେସିସକୁ ସଂପୂର୍ଣ୍ଣ କରିବାରେ ଲାଗିଥିଲେ । ଏଥିପାଇଁ ତାଙ୍କୁ ଡକ୍ଟରେଟ୍ ଉପାଧିରେ ଭୂଷିତ କରାଯାଇଛି ।

ତେବେ ସୂଚନା ଥାଉକି, ବିଗତ ୫ ବର୍ଷ ମଧ୍ୟରେ ସେ ଅନେକ ଉତଥାନ ପତନ ଦେଇ ଗତି କରିଛନ୍ତି । ଥେସିସ ଲେଖିବା ସମୟରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ଏହା ପରେ କରୋନା ମହାମାରୀର ପ୍ରକୋପ ଦେଖାଦେଇଥିଲା । ଫଳରେ ତାଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି ହୋଇଥିଲା । ତଥାପି ସେ ହାରମାନି ନଥିଲେ, ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଯାଏଁ ସେ ନିଜର ଲେଖିବା ଜାରି ରଖିଥିଲେ । ଆଉ ଶେଷରେ ତାଙ୍କୁ ମିଳିଥିଲା ସଫଳତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.