ପ୍ରେମିକା ସହ ଶାରିରୀକ ସମ୍ପର୍କବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଅଖାରେ ପୁରାଇ ମୃତଦେହକୁ ଫିଙ୍ଗିଲା ମହିଳା

Published By : Prameya-News7 Bureau | November 29, 2022 IST

ବେଙ୍ଗାଳୁରୁ: ସମ୍ଭୋଗ ସୁଖ ବେଳେ ଚାଲିଗଲା ଜୀବନ। ପ୍ରେମିକା ସହ ଶାରିରୀକ ସମ୍ପର୍କ ରଖିବା ସମୟରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ବେଙ୍ଗାଳୁରୁର ଜେ.ପି. ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ସେକ୍ସ ସମୟରେ ୬୭ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ପରେ ପ୍ରେମିକା ଜଣକ ଭୟଭୀତ ହୋଇ ମୃତଦେହକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରି ରାସ୍ତା କଡ଼ରେ ପିଙ୍ଗି ଦେଇଥିଲେ । ଘଟଣାରେ ପୋଲିସ ତଦନ୍ତ କରି ସତ ଖୁଲାସା କରିଛି ।

ପୋଲିସ ସୂଚନା ଅନୁଯାୟୀ, ନଭେମ୍ବର ୧୬ ତାରିଖରେ ଏହି ଘଟଣା ଘଟିଛି । ପୋଲିସ ରାସ୍ତାରୁ ପାର୍ଶ୍ବରୁ ମୃତଦେହ ଜବତ କରି ବୃଦ୍ଧଙ୍କ ଡାଇରୀ ଖୋଲିବା ପରେ ସତ ଜାଣିବାକୁ ପାଇଥିଲା । ବ୍ୟବସାୟୀ ବୃଦ୍ଧ ଜଣକ ତାଙ୍କ ଘରେ ଚକିରି କରୁଥିବା ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ । ୧୬ ତାରିଖ ୫ଟାରେ ପୁତ୍ରବଧୁ ଘରକୁ ଯାଉଛନ୍ତି ବୋଲି ପରିବାର ଲୋକଙ୍କୁ କହି ୩୫ ବର୍ଷିୟା ପ୍ରେମିକା ଘରକୁ ଯାଇଥିଲେ । ସେଠାରେ ମହିଳାଙ୍କ ସହ ସମ୍ଭୋଗ କରୁଥିବା ସମୟରେ ମୃତ୍ୟୁ ହୋଇଛି ।

 ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ, ସେକ୍ସ ବେଳେ ବାତ ମାରିବାରୁ ବୃଦ୍ଧଙ୍କ ଜୀବନ ଚାଲିଯାଇଥିଲା । ପ୍ରେମିକର ମୃତ୍ୟୁ ପରେ ଭୟଭୀତ ହୋଇ ପ୍ରେମିକ ନିଜ ପରିବାର ଲୋକଙ୍କ ସହଯୋଗରେ ମୃତଦେହକୁ ଏକ ବ୍ୟାଗରେ ଭର୍ତ୍ତି କରି ଜେପି ନଗର ଅଞ୍ଚଳରେ ଭିଙ୍ଗିଥିଲା ବୋଲି ପୋଲିସ କହିଛି । ଯାଞ୍ଚ ଜାରି ରହିଥିବାରୁ ମୃତ ବୃଦ୍ଧଙ୍କ ନାଁ ଗୋପନ ରଖାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.