ଆଜି ପ୍ରଦାନ କରାଯିବ ୬୬ ଜାତୀୟ ଚଳଚିତ୍ର ପୁରସ୍କାର : ଶ୍ରେଷ୍ଠ ଅଭିନେତା ଭାବେ ଆୟୁଷ୍ମାନ ଓ ଭିକି କୌଶଲଙ୍କୁ ମିଳିବ ସମ୍ମାନ

Published By : Prameya-News7 Bureau | December 23, 2019 IST

ନୂଆଦିଲ୍ଲୀ ୨୩।୧୨: ସୋମବାର ପ୍ରଦାନ କରାଯିବ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ନୂଆଦିଲ୍ଲୀରେ ଆୟୋଜିତ ଉତ୍ସବରେ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିବେ। ଆୟୁଷ୍ମାନ ଖୁରାନା ଓ ଭିକି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ।

{"id":201323,"width":567,"height":318,"sizeSlug":"large"}

ଏହି ଉତ୍ସବରେ ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯିବ ।  ଆୟୁଷ୍ମାନ ଖୁରାନାଙ୍କୁ ‘ଅନ୍ଧାଧୁନ୍‍’ ଏବଂ ଭିକି କୌଶଲଙ୍କୁ ‘ଉରି’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯିବ। ସେହିପରି ତେଲୁଗୁ ଚଳଚ୍ଚିତ୍ର ‘ମହାନତୀ’ର କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ। ‘ଉରି’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆଦିତ୍ୟ ଧର୍ ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯିବ। 

{"id":201324,"sizeSlug":"large"}

ଅକ୍ଷୟ କୁମାରଙ୍କ ଅଭିନୀତ ‘ପ୍ୟାଡମ୍ୟାନ୍‌’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ସାମାଜିକ ବିଷୟବସ୍ତୁ ସମ୍ବଳିତ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରିବାକୁ ଚୟନ କରାଯାଇଥିବା ବେଳେ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତ୍‍’ ଚଳଚ୍ଚିତ୍ର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ପୁରସ୍କୃତ ହେବ। ଭଂଶାଲୀଙ୍କୁ ମଧ୍ୟ ସେହି ଚଳଚ୍ଚିତ୍ରର ‘ଘୁମର୍‍’ ଗୀତ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିବ। ‘ପଦ୍ମାବତ୍‍’ ଚଳଚ୍ଚିତ୍ରର ଗୀତ ପାଇଁ ଶ୍ରେଷ୍ଠ ଗାୟକ ଭାବେ ଅରିଜତ୍‍ ସିଂହଙ୍କୁ ଚୟନ କରାଯାଇଥିବାବେଳେ କନ୍ନଡ଼ ଚଳଚ୍ଚିତ୍ର ‘ନଥିଚାରାମି’ ପାଇଁ ବିନ୍ଦୁମାଳିନୀଙ୍କୁ ଶ୍ରେଷ୍ଠ ଗାୟିକା ଭାବେ ପୁରସ୍କୃତ କରାଯିବ। ପରିବେଶ ସୁରକ୍ଷା ଉପରେ ଆଧାରିତ ମରାଠୀ ଚଳଚ୍ଚିତ୍ର ‘ପାଣି’କୁ ମଧ୍ୟ ପୁରସ୍କୃତ କରାଯିବ।

{"id":201325,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.