ହୀରାକୁଦ ନଦୀବନ୍ଧର ୬୬ତମ ଜନ୍ମଦିନ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ବିସ୍ଥାପିତ
13/01/2023 at 9:37 PM

ସମ୍ୱଲପୁର ୧୩/୦୧: ହୀରାକୁଦ ଡ୍ୟାମ ଶୁକ୍ରବାର ତାର ୬୬ତମ ଜନ୍ମଦିନ ପାଳନ କରିଛି। ୧୯୫୭ ଜାନୁଆରୀ ୧୩ରେ ହିରାକୁଦ ନଦୀବନ୍ଧକୁ ଦେଶ ଉଦ୍ଦେଶ୍ଯରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ଏହାକୁ ଲୋକାର୍ପିତ କରିଥିଲେ। କିନ୍ତୁ ଅନ୍ୟପଟେ ଏହି ଦିବସକୁ ହୀରାକୁଦ ବିସ୍ଥାପିତ କଳା ଦିବସ ଭାବେ ପାଳିଛନ୍ତି। ସମ୍ବଲପୁର କଚେରୀ ଛକରୁ ସେମାନେ ଏକ ଶୋଭାଯାତ୍ରାରେ ବାହାରି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।
ସରକାର ବର୍ତ୍ତମାନ ସୁଦ୍ଧା ବିସ୍ଥାପିତମାନଙ୍କୁ ୧୦ ଡିସମିଲ ଜମି ମଧ୍ୟ ଯୋଗାଇ ଦେଇନଥିବା ସେମାନେ ଅଭିଯୋଗ କରିଛନ୍ତି। ସବୁ ସରକାରୀ ନିର୍ଦ୍ଦେଶନାମାକୁ ସ୍ଥାନୀୟ ସ୍ତରରେ ତହସିଲଦାର, ଜିଲ୍ଲାପାଳମାନେ ପାଳନ କରୁନଥିବା ଅଭିଯୋଗ ଆଣିଛନ୍ତି। ପ୍ରକୃତରେ କେତେ ସଂଖ୍ୟକ ବିସ୍ଥାପିତ ଅଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା ସଠିକ୍ ଗଣନା ମଧ୍ୟ ହୋଇନଥିବା ସେମାନେ କହିଛନ୍ତି।