କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
2/12/2020 at 8:37 PM

ଭୁବନେଶ୍ଵର ୦୧।୧୨: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କ୍ରମାଗତ କମିବାରେ ଲାଗିଛି। ସବୁଠୁ ଚିନ୍ତାର କାରଣ ପାଲଟିଥିବା ଦୈନିକ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି। ଯାହା ଲୋକଙ୍କୁ ଆଶ୍ଵସ୍ତି କରିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳେ ରହୁଛି। ସଂପ୍ରତି ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୦ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୧୩,୩୯୪ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଟ୍ଵିଟ୍ ଯୋଗେ ବୁଧବାର ଏହାର ସୂଚନା ଦିଆଯାଇଛି।
Another 660 Covid patients have recovered and are being discharged on 02.12.2020
— H & FW Dept Odisha (@HFWOdisha) December 2, 2020
56 from Mayurbhanj
55 from Anugul
54 from Khordha
46 from Sundargarh
42 from Bolangir
39 from Jagatsinghpur
38 from Baleswar
38 from Cuttack
37 from Keonjhar
28 from Jharsuguda
26 from Kendrapara
ଆଜି ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୫୬ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ଅନୁଗୁଳରୁ ୫୫, ଖୋର୍ଦ୍ଧାରୁ ୫୪, ସୁନ୍ଦରଗଡରୁ ୪୬, ବଲାଙ୍ଗୀରରୁ ୪୨, ଜଗତସିଂହପୁରରୁ ୩୯, ବାଲେଶ୍ଵରରୁ ୩୮, କଟକରୁ ୩୮, କେନ୍ଦୁଝରରୁ ୩୭, ଝାରସୁଗୁଡାରୁ ୨୮, କେନ୍ଦ୍ରାପଡାରୁ ୨୬, ନୂଆପଡାରୁ ୨୬, ପୁରୀରୁ ୨୩, ସମ୍ବଲପୁରରୁ ୨୩, ବରଗଡରୁ ୧୭, ଯାଜପୁରରୁ ୧୭, ଢେଙ୍କାନାଳରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୧, ମାଲକାନଗିରିରୁ ୮, ନବରଙ୍ଗପୁରରୁ ୮, ଦେବଗଡରୁ ୪, ଗଞ୍ଜାମରୁ ୪, କୋରାପୁଟରୁ ୪, ରାୟଗଡାରୁ ୪, କନ୍ଧମାଳରୁ ୩, ନୟାଗଡରୁ ୩, ଗଜପତିରୁ ୨ ଓ ସୋନପୁରରୁ ୨ ଜଣ କରୋନା ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି।
2 from Sonepur
— H & FW Dept Odisha (@HFWOdisha) December 2, 2020
11 from State Pool
The total recovered cases of Odisha now stand at 313394
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୯୫୮୩କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୫୦ରେ ପହଞ୍ଚିଛି।