Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ପିଲା ନାହିଁ କି ପତି ନାହିଁ, ଖାଦ୍ୟ ନାହିଁ କି ବାସ ନାହିଁ, ସୁଲୋଚନା କ’ଣ ଗରିବ ନୁହଁନ୍ତି କି ? ଏ ମାଳ ମାଳ ସରକାରୀ ଯୋଜନା କାହା ପାଇଁ ?

24/06/2020 at 5:23 PM

ଯାଜପୁର୨୪/୬: ସମୟ ମଣିଷକୁ କେତେବେଳେ କେଉଁ ପରିସ୍ଥିତିରେ ପହଞ୍ଚାଇ ଦିଏ ତାହା କହିବା ମୁସ୍କିଲ୍। ବୃଦ୍ଧାଙ୍କର ବୟସ ହେବ ୬୫ ବର୍ଷ । ପାଖରେ ପରିବାର କହିଲେ କେହି ନାହାନ୍ତି । ମାଟିଝାଟି ଘରଟିରେ ଅବହେଳିତ ଅବସ୍ଥାରେ ଅତି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବୃଦ୍ଧା। ମହିଳା ଜଣକ ହେଲେ ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ବାରଦା ଅଞ୍ଚଳର ସୁଲୋଚନା ଦାଶ । ସୁଲୋଚନା ସନ୍ତାନ ସନ୍ତତି କୋଳେଇ ନଥିଲେ ବି ଏହି ଦମ୍ପତ୍ତି ଦୁହିଁଙ୍କ ଜୀବନ ବେଶ ହସଖୁସିରେ କଟୁଥିଲା ।

ସ୍ବାମୀ ଚାଷ କାମ କରି ଯାହା ଉପାର୍ଜ୍ଜନ କରୁଥିଲେ ସେଥିରେ ଭଲରେ ଖାଇପିଇ ଦମ୍ପତ୍ତି ଦିନ କାଟୁଥିଲେ । ହଠାତ୍ ମହିଳାଙ୍କ ଭାଗ୍ୟ ଉପରେ ମାଡି ଆସିଲା କଳା ବାଦଲ। ଆଜକୁ ପ୍ରାୟ ୧୨ ବର୍ଷ ତଳେ ସୁଲୋଚନାଙ୍କ ସ୍ବାମୀ ଭିଷଣ ଶ୍ବାସ ରୋଗରେ ପୀଡିତ ହୋଇ ଚିକିତ୍ସା ଅଭାବରୁ ଆରପାରିକୁ ଚାଲିଗଲେ । ତେଣେ ବୃଦ୍ଧାଙ୍କ ବୟସ ବଢିବା ସହିତ ଦୁଃଖ ମଧ୍ୟ ବଢି ଚାଲିଛି । ଏବେ ବୃଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାର ଏବଂ ପ୍ରଶାସନ ନିକଟରେ ଆପତ୍ତି ଜଣାଇଛନ୍ତି ଗ୍ରାମବାସୀ ।

ପିଲା ନାହିଁ କି ପତି ନାହିଁ । ଖାଦ୍ୟ ନାହିଁ କି ବାସ ନାହିଁ । ପରିପକ୍ବ ବୟସରେ ଏବେ ଏକା ଏକା ବଞ୍ଚିବାର ରାହା ଖୋଜୁଛନ୍ତି ୬୫ ବର୍ଷୀୟ ବୃଦ୍ଧା ସୁଲୋଚନା ଦାଶ । ଏ ବୟସରେ ଗାଁ ସାହିରେ କେବଳ ମାଗିଯାଚି ଚଳିବା ଛଡା ଅନ୍ୟ ଉପାୟ ବି ନାହିଁ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ବାରଦା ଗାଁରେ । ଏକ ଝାଟିମାଟିର ଭଙ୍ଗା କୁଡିଆରେ ଅତି ନିସହାୟ ଭାବେ ଦିନ କାଟୁଛନ୍ତି ମହିଳା। ଏବେ ପରିପକ୍ବ ବୟସରେ କଣ ଖାଇବେ ଏବଂ କିପରି ବଞ୍ଚିବେ ସେହି ଚିନ୍ତା ହିଁ ସୁଲୋଚନାଙ୍କୁ ଘାରିଛି । ଏବେ କେବଳ ସରକାରୀ ବା ବେସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବୃଦ୍ଧା ମହିଳା । ସୁଲୋଚନାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମଧ୍ୟ ଆପତ୍ତି ଜଣାଇଛନ୍ତି ।

ଘର ଚାଳର ଛପର ଉଡି ଗଲାଣି । ଦିନରେ ଖରା ତ ରାତିରେ ତରା ଦିଶୁଛି। କେତେବେଳେ ବାତ୍ୟା ତ କେତେବେଳେ ବର୍ଷା ପବନ ତାଙ୍କ ସହ ଦାଉସାଜୁଛି । ବାସ ଥାଇ ନଥିବା ସହ ସମାନ । ତେଣେ ସୁଲୋଚନାଙ୍କ ବୟସ ବୃଦ୍ଧି ପାଇବା ସଙ୍ଗେସଙ୍ଗେ ନିଜେ ଏବେ ଖାଦ୍ୟ ଗଣ୍ଡାଏ ପ୍ରସ୍ତୁତ କରି ଖାଇବାକୁ ବି ପାଖରେ ସାମର୍ଥ୍ୟ ନାହିଁ । ସୁଲୋଚନା ଏବେ ନିଜର ଦୃଷ୍ଟିଶକ୍ତି ମଧ୍ୟ ହରାଇ ବସିଲେଣି ।

ପାଖରେ ପୁଅ ନାହିଁ କି ସ୍ବାମୀ ନାହିଁ । ସ୍ବାମୀ ଗଲା ପର ଠୁଁ ମନରେ ଥିବା ଅସୁମାରୀ ସ୍ବପ୍ନ ଅଧାରେ ରହିଯାଇଛି। ଦୀର୍ଘ ୧୨ ବର୍ଷ ହେବ ସୁଲୋଚନା କାନ୍ଦି କାନ୍ଦି ଦିନ ବିତାଉଛନ୍ତି । ପାଖରେ ପଇସା ଥିଲେ ହୁଏତ ସେ ସ୍ବାମୀଙ୍କୁ ବଞ୍ଚାଇ ପାରିଥାନ୍ତେ । ପାଖରେ ଯାହା ବି ଟଙ୍କା ପଇସା ଥିଲା ତାହା ବି ସ୍ବାମୀଙ୍କ ଚିକିତ୍ସାରେ ସରିଯାଇଛି । ବୃଦ୍ଧାଙ୍କ ଏଭଳି ପରିସ୍ଥିତି ସଂପର୍କରେ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଏହାସହ ସ୍ଥାନୀୟ ବିଡିଓଙ୍କୁ ମଧ୍ୟ ଅବଗତ କରାଯାଇଛି।

   Related Posts