vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ବିହାରରେ ଅବିଶ୍ବସନୀୟ ଦୁର୍ନୀତି : ୬୫ବର୍ଷ ବୟସ୍କା ମହିଳା ୧୪ମାସରେ ଜନ୍ମ ଦେଲେ ୮ସନ୍ତାନ

22/08/2020 at 12:00 PM

ମୁଜାଫରପୁର ୨୨/୮: ବିହାରର ରିସ୍ତା ଦୁର୍ନୀତି ବହୁତ ପୁରୁଣା ହୋଇସାରିଛି। ଏଠାରେ ପୁଣି ଏକ ସରକାରୀ ଯୋଜନାରେ ଦୁର୍ନୀତିର ଖୁଲାସା ହୋଇଛି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ଦୁର୍ନୀତିର ଚକ୍କରରେ ଲୋକେ ପ୍ରକୃତିର ନିୟମ ଭୁଲି ଯାଇଛନ୍ତି। ଜଣେ ୬୫ବର୍ଷ ବୟସ୍କା ମହିଳା ଗତ ୧୪ମାସରେ ୮ଟି ସନ୍ତାନକୁ ଜନ୍ମ ଦେଇଛନ୍ତି। ଚିକିତ୍ସା ବିଜ୍ଞାନରେ ଏହା ଅସମ୍ଭବ। କିନ୍ତୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଏହାକୁ ସମ୍ଭବ କରି ଦେଇଛି। ତାହା ମଧ୍ୟ କାଗଜପତ୍ରରେ ଯାହା ଦ୍ବାରା ଶିଶୁ ଜନ୍ମ ହେବା ଦ୍ବାରା ପ୍ରୋତ୍ସାହନ ରାଶି ହଡ଼ପ କରାଯାଇପାରିବ।

ଏହି ମାମଲା ବିହାରର ମୁଜାଫରପୁର ଜିଲ୍ଲାର ମୁଶହରି ତାଲୁକର। ଜାତୀୟ ସ୍ବାସ୍ଥ୍ୟ ମିଶନରୁ ମିଳୁଥିବା ପ୍ରୋତ୍ସାହନ ରାଶିକୁ ହଡ଼ପ କରିବା ପାଇଁ ଦଲାଲମାନେ ଦୁର୍ନୀତି କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ଅନୁସାରେ ଶିଶୁଙ୍କୁ ଜନ୍ମ ଦେଉଥିବା ମାଆଙ୍କୁ ପ୍ରୋତ୍ସାହନ ରାଶି ମିଳିଥାଏ।

 ଏହି ଦୁର୍ନୀତିରେ ଦଲାଲମାନେ କାଗଜରେ ଶିଶୁଙ୍କ ନକଲି ଜନ୍ମ ଦେଖାଇ ପ୍ରୋତ୍ସାହନ ଟଙ୍କା ହଡ଼ପ କରିଥିଲେ। ଏଥିରେ କେତେକ ଏପରି ମହିଳା ଅଛନ୍ତି ଯେଉଁମାନେ ପ୍ରାକୃତିକ ଭାବେ ମାଆ ହୋଇପାରନ୍ତି ନାହିଁ କିନ୍ତୁ ତାଙ୍କ ଦ୍ବାରା ଶିଶୁଙ୍କ ଜନ୍ମ ଦେଖାଇ ଟଙ୍କା ହଡ଼ପର ଖେଳ ଖେଳାଯାଇଛି।

୬୫ବର୍ଷ ବୟସ୍କା ମହିଳା କେବଳ ୧୪ମାସରେ ୮ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ମିଶନର ଅଧିକାରୀ ଏବଂ ବ୍ୟାଙ୍କର ସିଏସପି ଏହି ଆଧାରହୀନ ଦସ୍ତାବିଜରେ ଜଣେ ବୟସ୍କ ମହିଳାଙ୍କୁ ପ୍ରୋତ୍ସାହନ ଟଙ୍କା ପଠାଉଥିଲେ। ଏହି ମାମଲାରେ ମସୁହରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି।

୬୫ବର୍ଷ ବୟସ୍କା ଲୀଲା ଦେବୀ ୧୪ମାସରେ ୮ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ପ୍ରତ୍ୟେକ ଜନ୍ମ ପାଇଁ ଲୀଲା ଦେବୀଙ୍କୁ ୧୪୦୦ଟଙ୍କା ତାଙ୍କ ଆକାଉଣ୍ଟରେ ପଠାଯାଇ ସାରିଛି। କେବଳ ଏତିକି ନୁହେଁ,ଆକାଉଣ୍ଟରୁ ଟଙ୍କା ଉଠାଯାଇସାରିଛି।

   Related Posts