ଆଜିକାଲି ପେଟ୍ରୋଲ ଓ ଡିଜେଲର ବଢିବା ଦର ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଗାଡି ଓ କାର ଚଲାଇବା ବହୁତ କଷ୍ଟକର ହୋଇଯାଇଛି। ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ହିରୋ ଏକ ନୂଆ ସ୍କୁଟର ଲଂଚ କରିଛି।
{"id":113173}ଏବେ ଏହି ଗାଡି ବଜାରରେ ଉପଲବ୍ଧ ଅଛି। ଏହି ସ୍କୁଟର ୬୫ କିମିର ମାଇଲେଜ ଦିଏ। ହିରୋର ଏହି ନୂଆଁ ସ୍କୁଟରର ନାଁ ହେଉଛି ଫ୍ଲାସ (Flash)। ଏହି ସ୍କୁଟରର ଏକ ଭଲ ଫିଚର ଅଛି। ତାହା ହେଉଛି ଫ୍ଲାସ୍ ସ୍କୁଟର ଇକୋ ଫ୍ରଣ୍ଡଲି। ଏହି ଗାଡିର ପରିବେଶ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ। କାରଣ ଏହି ସ୍କୁର ପେଟ୍ରୋଲ ବା ଡିଜେଲରେ ଚାଲେ ନାହିଁ। ଏହା ଇଲେକ୍ଟ୍ରି ବ୍ୟାଟ୍ରି ଦ୍ବାରା ଚାଲେ।
{"id":113174}ଫଳରେ ପ୍ରତିଦିନ ପେଟ୍ରୋଲ ପକାଇବା ସମସ୍ୟାରୁ ମୁକ୍ତ ମିଳିବ। ଲୁକ୍ସ ଓ ଷ୍ଟାଇଲ୍ରେ ମଧ୍ୟ ଗାଡି ବହୁତ ଷ୍ଟାଇଲିସ୍ ଦେଖିବାକୁ। ଏହା ସହ ଗାଡିରେ ଥିବା ଟେଲିସ୍କୋପିକ୍ ସସପେନଶନ ଓ ସିଟ୍ ତଲେ ଥିବା ଲଗେଜ ବକ୍ସ ଲୋକଙ୍କୁ ବହୁତ ଆକର୍ଷିତ କରିଛି। ହିରୋ ଏଥିରେ ୪୦ ଭିର ବ୍ୟାଟରି ଦେଇଛି ଯେଉଁଥିରେ ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହେ। ଏହି ସ୍କୁଟିର ମୂଲ୍ୟ ମାତ୍ର ୧୯୯୯୦ ଟଙ୍କା । ଅନ୍ ରୋଡରେ ଏହା ୨୫୦୦୦ ଟଙ୍କା ପଡିବ।
.